ଟିକାବାଲି ଏମସିଏସ କଲେଜରେ ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ ମହାବିଦ୍ୟାଳୟ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟଗିକା ମନ୍ତ୍ରାଳୟ ମିଳିତ ଉଦ୍ୟମରେ ଜନ ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ଙ୍କ ଅଧକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପ୍ରୋଗ୍ରାମ ଅଫିସର ପ୍ରୋଟେଅକ୍ସନ କନ୍ଧମାଳ ଏସ ଗାୟତ୍ରୀ ଦେବୀ ଯୋଗ ଦେଇ ଯୁବ ସଂସ୍କାର ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସାମାଜିକ ଅର୍ଥନୈତିକ ଅନଗ୍ରସର ଯୁବକ ଯୁବତୀ ମାଗଣାରେ ସ୍ବତ ପ୍ରବୃତ୍ତ ଭାବେ ତାଲିମ ପାଇ କିପରି ରୋଜଗାର କ୍ଷମ ହୋଇ ପାରିବେ ସେନେଇ ପରାମର୍ଶ ଦେଇଥିଲେ । ମୁଖ ବକ୍ତା ଭାବେ ଆକ୍ସନ ଏଡ଼ କନ୍ଧମାଳର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟା ରାଣୀ ମହାନ୍ତି କନ୍ଧମାଳରୁ ବାଲ୍ୟ ବିବାହ ଉଚ୍ଛେଦକୁ ନେଇ ସପଥ ପାଠ କରାଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ରହିଛି ମାଗଣାରେ ବିଉଟି ପାର୍ଲର ଶିକ୍ଷା,ସିଲେଇ ଶିକ୍ଷା, ଛତୁ ଚାଷ ଇତ୍ୟାଦି କରି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଲେବର କାର୍ଡ ଜବ କାର୍ଡ ରିନୂଆଲ କରି ଉଚ୍ଚ ଶିକ୍ଷା ମାଗଣାରେ କିପରି ପାଇ ପାରିବେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ | ଏହି ଶିକ୍ଷଣ ଏକ ଦୃଷ୍ଟି ପାତ କାର୍ଯ୍ୟକ୍ରମ ରେ ଟିକାବାଲି ଏମସିଏସ କଲେଜ ର ବହୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ | ପ୍ରକୃତରେ ସରକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ବହୁମୁଖୀ ଯୋଜନା ସହିତ ବିଭିର୍ଣ୍ଣ ପ୍ରକାର ତାଲିମ ଶିବିର ମାନ କରିଚାଲିଛନ୍ତି | ହେଲେ ସରକାର ବା ବିଭାଗୀୟ ଅଧିକାରୀ ମାନେ ତାଲିମ ଶିବିର ହେଉ କି ପ୍ରଶିକ୍ଷଣ ଶିବିର ହେଉ, ଉକ୍ତ କାର୍ଯ୍ୟକ୍ରମ ସରିଗଲା ପରେ ସରକାର ଙ୍କୁ ଏକ ଲମ୍ବା ତାଲିକା ପ୍ରେରଣ କରି ନିଜ ଦାୟିତ୍ୱ ସରିଗଲା ଭାଵି ଚୁପ ହୋଇ ବସିଯାଉଛି | ଯାହାଫଳରେ ସରକାର ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଥିବା ତାଲିମ ଶିବିର ରେ ଅଂଶ ଗ୍ରହଣ କରିଥିବା ଯୁବକ ଯୁବତୀ ମାନଙ୍କ ଦକ୍ଷତା ବିକାଶ ହୋଇପାରୁନାହିଁ କି ସେମାନେ ସ୍ୱାବଲମ୍ବୀ ହୋଇ ରୋଜଗାର କ୍ଷମ ହୋଇପାରୁନାହାନ୍ତି ଓ ଏହାଦ୍ୱାରା ସରକାର ଙ୍କର ସବୁ ଯୋଜନା ବିଫଳ ବୋଲି ଜଣାପଡୁଛି | ଏଣୁ ଆଗାମୀ ଦିନରେ ଯଦି ସରକାର କିମ୍ବା ବିଭାଗୀୟ ପ୍ରଶାସନ ଯଦି ଏହାର ମୂଲ୍ୟାୟନ କରନ୍ତେ ତାହେଲେ ଆଗାମୀ ଦିନରେ ଲକ୍ଷ୍ୟ ଚ୍ୟୁତ ହୋଇଯାଉଥିବା ଶିକ୍ଷିତ ଯୁବକ ଯୁବତୀ ମାନେ କିଛି କାଂଶରେ ନିଜର ଦକ୍ଷତାର ବିକାଶ କରିବା ସଂଗେ ସଂଗେ ନିଜେ ରୋଜଗାର କ୍ଷମ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି | ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ