ରୋଟାରୀ କ୍ଲବ ପକ୍ଷରୁ ଦନ୍ତରୋଗ ନିରୂପଣ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରୀ କ୍ଲବ ଓ ସ୍ଥାନୀୟ ଝାଡ଼େଶ୍ୱର ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଦନ୍ତରୋଗ ନିରୂପଣ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନରୋଡ଼ ସ୍ଥିତ ସ୍କୁଲ ପରିସରରେ ଆୟୋଜିତ ଶିବିରରେ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ପରମାଣିକ, ଡାକ୍ତର ବିନୀତା ପ୍ରଧାନ, ପାରା ମେଡିକାଲ ଷ୍ଟାଫ ଧନଂଜୟ ବାରିକ, ବଂଶୀଧର ଜେନା ପ୍ରମୁଖ ଏଥିରେ ଯୋଗଦେଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦନ୍ତ ପରୀକ୍ଷା କରିଥିଲେ । ଯେଉଁମାନଙ୍କର ଦନ୍ତରୋଗ ଥିଲା ସେମାନଙ୍କୁ ଔଷଧ ପ୍ରଦାନ ସହ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ଡ. କେକେକେକେ ଏସ ମୂର୍ତି, ଉପାଧ୍ୟକ୍ଷା ପ୍ରିମ୍ବଦମ୍ବା ପଣ୍ଡା, ପ୍ରଶାସନିକ ଅଧିକାରୀ ନିଶିଥ ଦାସଅଧିକାରୀ, ରୋଟାରୀ ସଭାପତି ସୌରଭ ବେହେରା, ଉଦୟ ରଂଜନ ଦାସ, ପ୍ରଭଞ୍ଜନ ପାଢ଼ୀ, ଜୟନ୍ତ ବେହେରା, ସୁବ୍ରତ କର, ଯଶୋଦା ନନ୍ଦନ ଆଶ, ପ୍ରଦୀପ୍ତ ପଣ୍ଡା, ଚନ୍ଦନ କୁମାର ଚାନ୍ଦ, ବଷ୍ଣୁ ଦାସକୁଣ୍ଡୁ, ଡ. ମନୋରଂଜନ ଦାସ, କ୍ଷେତ୍ରମୋହନ ମହାପାତ୍ର, ସନ୍ତୋଷ ନାହକ, ଲକ୍ଷମୀପ୍ରିୟା ଜେନା, ପଦାରବିନ୍ଦ ମହାପାତ୍ର, ସଲିମ ସୁବାସାହା ଏତିରେ ଉପସ୍ଥିତି ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ