ଖଜୁରୀପଦା ନିକଟ ବର୍ତ୍ତି ପାତ୍ରଖମ୍ବାର କେନାଲରୁ ମାଟି ଅତଡ଼ା ଖସି ଭୁଶୁଡିଲା ନାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ନୂଆଗଡ଼ ଓ ଗୁମା ବ୍ଲକ ର ବିଭିନ୍ନ ଅଞ୍ଚଳରେ ପ୍ରକୃତି ର ତାଣ୍ଡବ ରଚି ଭୂସ୍ଖଳନ ହୋଇଥିଲା। ଅନେକ ସ୍ଥାନରେ ରାସ୍ତା ଅବରୋଧ ସହ ଶହଶହ ହେକ୍ଟର ଜମିରେ ମାଟି ପଥର ପାଣି ଜମି ତଳି ପକାଇ ଥିବା ଚାଷଜମି ନଷ୍ଟ ହୋଇଯାଇଥିଲା। ସେଥିରୁ ବାଦ ପଡ଼ିନଥିଲା ଖଜୁରୀପଦା ପଞ୍ଚାୟତର ବିଭିନ୍ନ ସ୍ଥାନ।ସୂଚନା ଅନୁସାରେ ଲଘୁଚାପ ଜନିତ ବର୍ଷା ଦ୍ୱାରା ଖଜୁରୀପଦା ନିକଟବର୍ତୀ ପାତ୍ରଖମ୍ବାର ନାମକ କେନାଲ ରୁ ମାଟି ଅତଡ଼ା ଖସି କେନାଲ କୁ ସଂଯୋଗ ହୋଇଥିବା ୨ ଟି ଶାଖା ନାଳ ସମୁର୍ଣ୍ଣ ନଷ୍ଟ ହେବା ସହ ୨ ରୁ ୩ଟି ଜମି ମାଟି ଅତଡ଼ା ଖସି ଧାନ ତଳି ନଷ୍ଟ ହୋଇଯାଇଛି। ଭୁଶୁଡି ପଡିଥିବା ସଂଯୋଜିତ ଦୁଇ ନାଳ ରେ ଯେଉଁ ପାଣି ଆସୁଥିଲା ସେଥିରେ ଶହଶହ ଏକର ଚାଷ ଜମି ରେ ପାଣି ମଡ଼ାଇ ଚାଷ କରାଯାଉଥିଲା। ଏହା ଦ୍ବାରା ଚାଷୀ ମାନେ ଉପକୃତ ହେଉଥିଲେ। ପେଟକୁ ଦ୍ଵିମୁଠା ଦାନା ଯୋଗାଡ଼ କରିପାରୁଥିଲେ। ତେବେ ଅତଡ଼ା ଖସି ନାଳ ଭାଙ୍ଗିଯିବା ଫଳରେ ଜମିକୁ ପାଣି ର ଅଭାବ ଦେଖାଦେଇଛି। ବର୍ତ୍ତମାନ ବର୍ଷା ଜଳ କୁ ଭରସା। ପ୍ରାୟ କୋଡ଼ିଏ ବର୍ଷ ତଳେ ଉକ୍ତ କେନାଲ ଓ ପାର୍ଶ୍ୱ ବର୍ତ୍ତୀ ସଂଯୋଜିତ ୨ଟି ନାଳ ତିଆରି କରାଯାଇଥିଲା। କିଛି ବର୍ଷ ପୂର୍ବରୁ କେନାଲ ର ଦୁଇ ପାର୍ଶ୍ୱ ରେ ଥିବା ନାଳ ଦୁଇଟି ଭଙ୍ଗାଯାଇ ପୁନଃ ନିର୍ମାଣ କାର୍ଯ୍ୟ ହୋଇଥିଲା। ପ୍ରତିବର୍ଷ ମଧ୍ୟ ସରକାରଙ୍କ ଅର୍ଥ ରୁ ମରାମତି କରାଯାଉଛି। କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏମିତି ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳର ଗାତନ ରଇତ, କାର୍ତ୍ତିକ ମଣ୍ଡଳ, ଗାମୀ ରଇତ, ସାଇବୁରି ମଣ୍ଡଳ,ଜଳନ୍ତି ରଇତ, କାମଦେବ ମଣ୍ଡଳ ଆଦି। ବର୍ତ୍ତମାନ ସେହି ନାଳ ଦ୍ବୟ ବର୍ଷା ପାଣିରେ ମାଟି ଭୁଶୁଡିବା ସହ ସମ୍ପୂର୍ଣ ଧୋଇହୋଇଯାଇଛି। ତେବେ ପ୍ରଶାସନ ସେହି ପାଶ୍ୱବର୍ତୀ ଦୁଇ ନାଳର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ