ଅକ୍ସୋଫର୍ଡ଼ ପବ୍ଲିକ ସ୍କୁଲରେ ପରିବେଶ ସୁରକ୍ଷା ସଚେତନତା

ବାଲେଶ୍ୱର, (ସରୋଜ ପଣ୍ଡା) : ରେମୁଣା ଅଚ୍ୟୁପୁରସ୍ଥିତ ‘ଅକ୍ସୋଫର୍ଡ଼ ପବ୍ଲିକ ସ୍କୁଲ’ର ଇକୋ-କ୍ଲବ ପ୍ରତିଷ୍ଠା ଅବସରରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଇକୋ କ୍ଲବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପିଲାଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ ସ୍ୱାଗତ ଯୋଗ୍ୟ ବୋଲି ସେ କହିଥିଲେ । ତେବେ ବୃକ୍ଷ ରୋପଣ ସାଙ୍ଗକୁ ଏହାର ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଧାୟକ ପରିଡ଼ା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମାଜସେବୀ ପ୍ରଭାତ କୁମାର ବିଶ୍ୱାଳ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ରେମୁଣା ଏନଏସି ଅଧ୍ୟକ୍ଷା ତନୁଜା ଗିରି ଓ ୱାର୍ଡ଼କାଉନସିଲର ରୁନୁଲତା ମଣ୍ଡଳ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଭୂୟସୀ ପଶଂସା କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ସଞ୍ଜୟ ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଇକୋ-କ୍ଲବ ପ୍ରତିଷ୍ଠାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶୁଭଶ୍ରୀ ପଣ୍ଡା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ପରିବେଶ ପ୍ରଦୂଷଣର ଭୟାବହତା ସମ୍ପର୍କରେ ସୂଚନା ଦେଇଥିଲେ । ତେଣୁ ସମସ୍ତେ ନିଜର ଜନ୍ମଦିନରେ ଗୋଟିଏ ଗୋଟିଏ ବୃକ୍ଷରୋପଣ ସହ ଏହାର ଯତ୍ନ ନେବା ପାଇଁ ପଣ୍ଡା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସସ୍ମିତା ମହାରଣା ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୋନାଲିସା ମାନସିଂହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ