ଭିଜିଲାନ୍ସ ଜାଲରେ କେ.ବରିଡା ଆର୍ ଆଇ
କୋଦଳା, (ଗୁଲସନ୍ କୁମାର କର):ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ। ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ ବରିଡ଼ା ଆର୍ ଆଇ ଦେବାଶିଷ ମାଝୀ ଭିଜିଲାନ୍ସ କବ୍ଜାରେ ।ଗୋଟିଏ ବାଲି ଟ୍ରକକୁ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ କେ ବରିଡ଼ା ଠାରେ ସଂପୃକ୍ତ ଆର୍ ଆଇ କୁଂ ଧରିଥିବା ଜଣାପଡିଛି। କେ ବରିଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଆର୍ ଆଇ କୁଂ ଧରିଥିବା ଜଣାପଡିଛି । ସୂଚନା ମୁତାବକ ଆଗରୁ ଉକ୍ତ ଆର୍ ଆଇକଂ ନାମରେ ବିଭିନ୍ନ ଅଭିଯୋଗ ହୋଇ ଆସୁଥିଲା। ଗତ ୨ ଦିନ ତଳେ ଗୋଟିଏ ବାଲି ଟ୍ରକକୁ ଜବତ କରିଥିଲା ଆର୍ ଆଇ। ଟ୍ରକ୍ ର ସମସ୍ତ କାଗଜପତ୍ର ଠିକ୍ ଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଅର୍ଥ ଦାବି କରିଥିଲେ ଆର୍ ଆଇ। ଟ୍ରକ ମାଲିକ କେ ବରିଡ଼ା ର ଅଜୟ କଅଁରକଂ ବାଲି ଗାଡିକୁ ଜବତ କରିବା ସହିତ ରାଜସ୍ବ ଆଦାୟ ବାବଦରେ ୩୦ ହଜାର ଟଙ୍କା ଏବଂ ଲାଞ୍ଚ ବାବଦରେ ୨୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ ଟ୍ରକ୍ ମାଲିକ। ଯୋଜନା ମୁତାବକ ଆଜି ଟ୍ରକ ମାଲିକ ଆର୍ ଆଇ କୁଂ ତାଙ୍କ କାର୍ଯ୍ୟାଳୟ ଠାରେ ଟକାଂ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା। ଆର୍ ଆଇକଂ ଘର ପୁଇଁତଳା ବୋଲି ସୂଚନା ମିଳିଛି। ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଟିମ୍ ତାଙ୍କୁ ଭଡା ଘର ସମେତ ନିଜର ପୈତୃକ ଘରକୁ ନେବ ବୋଲି ସୂଚନା ମିଳିଛି।


