ଇଫିକୋ କର୍ମଚାରୀଙ୍କ ଘରୁକଳାକନା ବୁଲାଇଲେ ଦୁର୍ବୁତ୍ତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ଥାନା ଅନ୍ତର୍ଗତ ଗାରୋଇ ଫାଣ୍ଡି ଅଧିନ ଗାରୋଇ ବାଲିସାହିର ରାଜକିଶୋର ବିଶ୍ୱାଳଙ୍କର ଘରୁ ବହୁ ଦାମୀ ଆସବାବପତ୍ତ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ରାଜକିଶୋର ବିଶ୍ୱାଳ ପାରାଦ୍ୱୀପର ଇଫିକୋ କମ୍ପାନୀରେ ଟେକିନିସିଆନ ଭାବେ କାର୍ୟ୍ୟ କରୁଛନ୍ତି । ଗତ ନଭେମ୍ବର ୧ ତାରିଖ ସକାଳେ ସପରିବାରକୁ ନେଇ ପାରାଦ୍ୱୀପର କାର୍ୟ୍ୟସ୍ଥଳକୁ ଯାଇଥିଲେ । କିନ୍ତୁ ଗୁରୁବାର ସଂଧ୍ୟାରେ ଘରକୁ ଫେରି ଦେଖିଲା ବେଳକୁ ଘରର ମୁଖ୍ୟ କବାଟରେ ପଡିଥିବା ଷ୍ଟିଲ ତାଲାଟି ଭଙ୍ଗାଯାଇଛି । ପରେ ଘର ଭିତର ଦେଖିଲା ବେଳକୁ ଘର ଭିତରେ ଟ୍ରଙ୍କର ତାଲା ଭଙ୍ଗା ହୋଇଥିବା ସହିତ ଘରେ ଲାଗିଥିବା ଏଲିସିଡ ଟିଭି ସହିତ ଲ୍ୟାପଟପ ଆଦି ସମସ୍ତ ଜିନିଷକୁ କେହି ଦୁବୃର୍ତ ନେଇଯାଇଛନ୍ତି । ଯାହାକୁ ଦେଖି ରାଜକିଶୋର ନିକଟସ୍ଥ ଗାରୋଇ ଫାଣ୍ଡିରେ ଅଭିଯୋଗ କରିଥିଲେ । ନାଉଗାଁ ଥାନା ପକ୍ଷରୁ ଅଭିଯୋଗକୁ ଭିତିକରି ଏକ ମାମଲା ୧୭୦/୨୦୧୯ରୁଜୁ କରାଯାଇଥିଲା । ଆଜି ସକାଳେ ପୋଲିସ ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା ।ହେଲେ ପୋଲିସକୁ କୌଣସି ସନ୍ଧାନ ମିଳିନଥିବା ଜଣାଯାଇଥିବା ବେଳେ ଘଟଣା ସଂପର୍କରେ ଅଧିକ ତଦନ୍ତ ଚାଲିଥିବା ଗାରୋଇ ଫାଣ୍ଡି ଅଧିକାରୀ ବନମାଳି ବେହୁରା ପ୍ରକାଶ କରିଛନ୍ତି ।


