ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଫିଜିଓଥେରାପି ଶିକ୍ଷା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଅଗଷ୍ଟ ୧୦ ତାରିଖ ଦିନ ଫିଜିଓଥେରାପି ଚିକିତ୍ସା ବିଷୟରେ ଶିକ୍ଷାଦାନ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରରେ ପ୍ରତିଷ୍ଠିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ” ଦିବ୍ୟ ଦିଗନ୍ତ ” ର ଅଧ୍ୟକ୍ଷା ମମତା ବିଶ୍ବାଳ ଯୋଗଦେଇ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସମସ୍ତଙ୍କ ପାଇଁ ପ୍ରଜ୍ୟୁଜ ଫିଜିଓଥେରାପି ଚିକିତ୍ସା ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଗୋଡ଼ର ପାଦ ଏବଂ ହାତର ଆଙ୍ଗୁଳି, ପାପୁଲି ଓ କଚି ଦ୍ୱାରା କିପରି ବିଭିନ୍ନ ରୋଗର ଚିକିତ୍ସା ଓ ରୋଗକୁ ଆୟତ୍ତ କରାଯିବ ନିଜେ କରି ଦେଖାଇବା ସହ ଅଧ୍ୟକ୍ଷ ଓ ଜଣେ ଛାତ୍ରୀଙ୍କୁ ନେଇ ଅଭ୍ୟାସ କରାଇଥିଲେ। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀଙ୍କୁ ଦିନିକିଆ ତାଲିମ ଦେବାପାଇଁ ଭୁବନେଶ୍ୱର କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗ ଦେଇଥିଲେ। ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ପ୍ରଜ୍ଞା ପରମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ଅଧ୍ୟାପକ ଶଙ୍କର ଆଶିଷ ପାତ୍ର, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଚିତ୍ରା ପଣ୍ଡା, ଗଣିତ ଅଧ୍ୟାପକ ଡ଼ଃ ପ୍ରିୟବ୍ରତ ପ୍ରଧାନ, ଇଂରାଜୀ ଅଧ୍ୟାପକ ସୁରେଶ କାନ୍ତ ଜେନା, ଓଡ଼ିଆ ଅଧ୍ୟାପକ କାହ୍ନୁ ଚରଣ ଦାଶ, ଲାଇବ୍ରେରୀଆନ ଅର୍ଚନା କୁମାରୀ ମୁନୀ, ଶିକ୍ଷା ଡେମୋନଷ୍ଟ୍ରେଟର ସଂଯୁକ୍ତା ପାତ୍ର, ବାୟୋଲୋଜି ଡେମୋନଷ୍ଟ୍ରେଟର ରମା ବଲ୍ଲଭ ରାଉତ, କେମେଷ୍ଟ୍ରି ଡେମୋନଷ୍ଟ୍ରେଟର ସୁଜିତ କୁମାର ସାହୁଙ୍କ ସମେତ କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ରହି ଭୌତିକ ଚିକିତ୍ସା ପ୍ରଣାଳୀ ଶିକ୍ଷାଲାଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ