ବର୍ଷ ବର୍ଷ ଅପେକ୍ଷାର ଅନ୍ତଘଟିବ, ରାସ୍ତା କାମ ଆଗେଇ ଚାଲିଛି

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବୀ ବର୍ତ୍ତମାନ ପୂରଣ ହେବାକୁ ଯାଉଛି। ବିରଞ୍ଚିପୁର-ମାଣିତରା-ଜିରାବାଡି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ପାଇଁ ମାଣିତରା ଅଞ୍ଚଳର ଜନସାଧାରଣ ଦୀର୍ଘ ବର୍ଷ ଧରି ଦାବିକରି ଆସୁଥିବା ବେଳେ ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବର୍ତ୍ତମାନ ବୁଗୁଡ଼ାରୁ କରସିଙ୍ଗ ଦେଇ ଜଗନ୍ନାଥପ୍ରସାଦ ଯାଉଥିବା ବେଳେ ବୁଗୁଡ଼ାରୁ ମାଣିତରା ଦେଇ ନିର୍ମାଣାଧୀନ ଏହି ରାସ୍ତା ଦେଇଗଲେ ୧୫ କିଲୋମିଟରରୁ ଉର୍ଦ୍ଧ୍ବ ଦୂରତା କମ ହେବ। ତଥାପି ରାଜନୈତିକ ଆକ୍ରୋଶର ଶିକାର ହୋଇ ଏହି ରାସ୍ତାର ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା। ଖୁସିର ବିଷୟ ଯେ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ୧୮.୪ କି.ମି. ରାସ୍ତା ନିର୍ମାଣ ପାଇଁ ଗତ ଜୁଲାଇ ୨୪ ତାରିଖ ଦିନ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ମାଣିତରା ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ରାସ୍ତା କାର୍ଯ୍ୟ ନିର୍ମାଣ ଆଗେଇ ଚାଲିଛି। ରାସ୍ତା ନିର୍ମାଣ ଶେଷ କରିବା ସମୟ ୧୫ ମାସ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଯେଉଁ ଭାବେ କାମ ଚାଲିଛି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ରାସ୍ତା ନିର୍ମାଣ ହୋଇଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବିରଞ୍ଚିପୁର-ମାଣିତରା ମଧ୍ୟରେ ଅନେକ କଲଭର୍ଟ ନିର୍ମାଣ ଆରମ୍ଭ ହୋଇ ରାସ୍ତା ପ୍ରସ୍ଥତି କରଣ ପାଇଁ ପୁରୁଣା ରାସ୍ତାର ଉଭୟ ପାର୍ଶ୍ୱ ମଧ୍ୟ କାର୍ଯ୍ୟ ଆଗେଇ ଚାଲିଛି। ଏହି ରାସ୍ତା ନିର୍ମାଣ ସରିବା ପରେ ବୁଗୁଡା ଓ ଜଗନ୍ନାଥ ପ୍ରସାଦ ମଧ୍ୟରେ ଦୂରତା କମିବା ସହ ଯାତାୟାତ ପାଇଁ ସୁବିଧା ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ