ମାଣ୍ଡିଆ ପ୍ରଚାର ରଥର ଶୁଭାରମ୍ଭ କଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକରେ ମାଣ୍ଡିଆ ଚାଷ ପାଇଁ ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଦ୍ୱାୟିତ୍ୱ ବହନ କରିଛି ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ” । ପୋଲସରା ବ୍ଲକରେ କେତେକ ପଞ୍ଚାୟତରେ ଗତ ବର୍ଷ ଗୁଡିକରେ ସଫଳତା ହାସଲ କରିବା ପରେ ଚଳିତ ବର୍ଷ ପୋଲସରା ବ୍ଲକର ସମସ୍ତ ପଞ୍ଚାୟତରେ ମାଣ୍ଡିଆ ଚାଷ ପାଇଁ ଆଗ୍ରହ ସୃଷ୍ଟି କରିବା ପାଇଁ ମାଣ୍ଡିଆ ପ୍ରଚାର ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ଅଟେ। ମାଣ୍ଡିଆ ଚାଷ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଇଣ୍ଡିଆ ସଙ୍ଗଠନ ଏହାର ପ୍ରସାର ଦାୟିତ୍ୱ ଗ୍ରହଣ କରିଛି। ଏହି ମାଣ୍ଡିଆ ପ୍ରଚାର ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ପୋଲସରା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀ ସବୁଜ ପତାକା ଦେଖାଇବା ପରେ ମାଣ୍ଡିଆ ପ୍ରଚାର ରଥ ପରିକ୍ରମା ପାଇଁ ଗଡ଼ିବା ଆରମ୍ଭ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଭାରପ୍ରାପ୍ତ ବିଡ଼ିଓ ଧର୍ମରାଜ ପରିଡା, ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଥିବା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ସ୍ବେଚ୍ଛାସେବୀ ସଙ୍ଗଠନ ” ଇଣ୍ଡିଆ ” ର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରା , କୃଷି ବିଭାଗ ଅଧିକାରୀ, ବିଭିନ୍ନ ଅଞ୍ଚଳର ଚାଷୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ