ସହାୟକ ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱାଧୀନତାର ଅମୃତ ମହୋତ୍ସବ ତଥା ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ପକ୍ଷରୁ ବାଲେଶ୍ୱର ସରକାରୀ ଆଇ.ଟି.ଆଇ. ସ୍କୁଲ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ ସଭାପତିତ୍ୱ କରିଥିଲେ । ବରିଷ୍ଠ ଉପଦେଷ୍ଟା ଇଂ. ବନମାଳି ନାୟକ, ବର୍ଷୀୟାନ୍ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଦିବାକର ମହାପାତ୍ର, ଲୋକନାଥ ଆଚାର୍ଯ୍ୟ, ବାଲେଶ୍ୱର ସରକାରୀ ଆଇ.ଟି.ଆଇ.ର ଅଧ୍ୟକ୍ଷ ଇଂ. କୃଷ୍ଣଚନ୍ଦ୍ର ରାଉତ, ସମ୍ପାଦକ ବିଜୟ କୁମାର ଦାସଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ବୃକ୍ଷରୋପଣର ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପ୍ରାରମ୍ଭରେ ‘ସହାୟକ’ର ଭଉଣୀମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧିଥିଲେ । ଶିକ୍ଷାବିତ ତଥା ଉପ-ସଭାପତି କ୍ଷିତୀଶ୍ୱର ଦାଶ ଉପସ୍ଥିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସଙ୍ଗଠନର ସଭ୍ୟ କାଳୀପଦ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସହାୟକ ସାଥୀମାନଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା ଓ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା । ଶଚୀନ୍ଦ୍ର ଦାସ, ପ୍ରଫୁଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ଅକ୍ଷୟ କୁମାର କର, ରବିନାରାୟଣ ଭୋଳ, ଅଖିଳ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ବିଷ୍ଣୁ ଚରଣ ପାଢ଼ୀ, ସେକ୍ ଆଲାଉଦ୍ଦିନ୍, ଜ୍ଞାନେନ୍ଦ୍ର ନାଥ ସାହୁ, ଗଙ୍ଗାଧର ପୁଷ୍ଟି, ଯୁଧିଷ୍ଠିର ନନ୍ଦ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ନିରଞ୍ଜନ ପଣ୍ଡା, ଗୁଣାକର ଦେ, ଗୋପବନ୍ଧୁ ସାହୁ, କେଶବ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ପ୍ରସାଦ ନାୟକ, ଲକ୍ଷ୍ମୀପ୍ରିୟା ଜେନା, ପ୍ରଣିତା ମିଶ୍ର, ଜୟନ୍ତୀ ମହାପାତ୍ର, ପ୍ରତିମା ପଣ୍ଡା, ସାବିତ୍ରୀ ଦାସ, ଇଂ. ସୁରେନ୍ଦ୍ର ପ୍ରସାଦ ଧଳ, ଗୋବିନ୍ଦ ବଲ୍ଲଭ ଦଳେଇ, ଡ. ତାରାକାନ୍ତ ନନ୍ଦ, ଭବେଶ ଚନ୍ଦ୍ର ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ଦାମୋଦର ନାୟକ, ଇଂ. ଶ୍ରୀରାମ ପ୍ରସାଦ ଦାଶ, ପୁଷ୍ପଲତା ମହାନ୍ତି, ଇଂ. ହୃଷୀକେଶ ସାହୁ, ସୁଜିତ୍ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ବୃକ୍ଷଚାରା ରୋପଣରେ ସହଯୋଗ କରିଥିଲେ ।


