ଉର୍ମିଲୋଚନ ପାଠାଗାର ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ନାଉଗାଁ, (ଓ୍ବାଇଏନ୍ଏସ୍) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଗୁରୁବାର ଭଟଣାର ଉର୍ମିଲୋଚନ ପାଠାଗାର ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଭଟଣା ତଥା ପାଖପାଖି ଅଂଚଳରେ ୮୦ଜଣଙ୍କୁ ଜାତୀୟ ପତାକା ବଂଟନ କରାଯାଇଥିଲା । ୧୩ ତାରିଖ ଠାରୁ ଜାତୀୟ ପତାକାକୁ ନିଜ ଘର ଛାତ ଉପରେ ଉଡାଇବାକୁ ପରାମର୍ଶ ଦିଆଯାଇଥିଲା । ଜାତୀୟ ପତାକାର ବ୍ୟବହାର ସମ୍ପର୍କରେ ପାଠାଗାର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଠାଗାର ସଭାପତି ବିବେକାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଯୁବ ଡାକ୍ତର ସୁବ୍ରତ କୁମାର ପରିଡ଼ା ଯୋଗଦେଇ ଜାତୀୟ ପତାକାର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପାଠାଗାରର ଶୁଭେଚ୍ଛୁ ପ୍ରଫୁଲ୍ଲ ମହାନ୍ତି, ଯୁବ ସଙ୍ଗଠନର ସଦସ୍ୟ ରଣଜିତ୍ ସ୍ୱାଇଁ, ଚନ୍ଦ୍ରକାନ୍ତ ବେହେରା, ସୂର୍ଯ୍ୟକାନ୍ତ ବିଶ୍ୱାଳ, ସ୍ୱସ୍ତିକ ସ୍ୱମେଶ ସ୍ୱାଇଁ, ପ୍ରିୟରଂଜନ ନାୟକ, ପ୍ରଦୀପ୍ତ ଦାସ, ସତ୍ୟରଂଜନ ସ୍ୱାଇଁ, ସୁଜ୍ଞାନେନ୍ଦ୍ର ସ୍ୱାଇଁ, ଚନ୍ଦ୍ରକାନ୍ତ ବିଶ୍ୱାଳ, ଆକାଶ ଦାସ, ଅଙ୍କିତ ସ୍ୱାଇଁ, ସୁଶିଲ ଲେଙ୍କା, ଅମିତ ମୁଦୁଲି ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ