ରକ୍ଷା ବନ୍ଧନ ପାଳିତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ମଞ୍ଜୁରୀ ସ୍ଥିତ ଶାରଦା ବିଦ୍ୟାମନ୍ଦିର ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନେ ପୀଠରେ ପହଁଚି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ। ପୂଜକ ସନ୍ତୋଷ ମିଶ୍ର ଓ ରଘୁନାଥ ପଣ୍ଡା ବଳଦେବଜୀଉଙ୍କ ପୂଜାର୍ଚ୍ଚନା କରି ସାରିବା ପରେ ଛାତ୍ରୀ ମାନେ ଛାତ୍ରଙ୍କ ହାତରେ ରକ୍ଷା ବନ୍ଧନ କରିଥିଲେ। ପରେପରେ ବିଦ୍ୟାର୍ଥୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ନିର୍ମଳ ଚନ୍ଦ୍ର ସେନାପତି, ସନ୍ଥ ହିମାଂଶୁ ମହାରାଜ, ଶିକ୍ଷାବିତ ଫକୀର ଚରଣ ଧଳଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ।


