+୨ରେ ବେଦିକ ଆର୍ଟସ ପଏଣ୍ଟର ଶତ ପ୍ରତିଶତ ସଫଳତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସାରା ରାଜ୍ୟରେ +୨ କଳାରେ ଫଳାଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା କଲେଜ ଛକସ୍ଥିତ ବେଦିକ +୨ ଆର୍ଟସ ପଏଣ୍ଟକୁ ଶତ ପ୍ରତିଶତ ସଫଳତା ମିଳିଥିବା ଦେଖାଯାଇଛି । ଏହି କୋଚିଂଗ ସେଣ୍ଟରରେ ପଢୁଥିବା ରାଜଲକ୍ଷ୍ମୀ ରାଉତ ୮୯ ପ୍ରତିଶତ ମାର୍କ ରଖି ବେଦିକ ଆର୍ଟସ ପଏଣ୍ଟର ପିଲାଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ଏହି କୋଚିଂ ସେଣ୍ଟରର ୫୯ ଜଣ ଛାତ୍ରଛାତ୍ରୀ +୨ କଳା ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୫୧ଜଣ ପ୍ରଥମ ଶ୍ରେଣୀରେ ଓ ୮ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସେଣ୍ଟରର ଛାତ୍ରୀ ମୋନାଲିସା ସାହୁ ୫୩୧ ମାର୍କ (୮୮.୫ ପ୍ରତିଶତ) ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୁଆଳସିଂ ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲିପ ଦାସ ଯୋଗଦେଇ କୃତ୍ତି ଛାତ୍ରୀମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ହିମାଂଶୁ ପରିଡା, ଦଇତାରି ନାୟକ, ସିଦ୍ଧାର୍ଥ ଶଙ୍କର ବିଶ୍ୱାଳ, ଚନ୍ଦନ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି କୃତ୍ତି ଛାତ୍ରୀମାନଙ୍କୁ ଶୁଭେଛା ଜଣାଇଥିଲେ । ଏହି କୋଚିଂ ସେଣ୍ଟରର ୫ଜଣ ଛାତ୍ରୀ ୫ଶହରୁ ଉର୍ଦ୍ଧ୍ୱ ମାର୍କ ରଖି ପାସ କରିବା ସହ କୋଚିଂ ସେଣ୍ଟରର ଗାରିମା ବୃଦ୍ଧି କରିଛନ୍ତି ।


