ପିତାନାଉ ଠାରେ ଔଷଧିୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ ) : ହଦଗଡ ପଞ୍ଚାୟତ ହସ୍ତୀ ଅଭୟାରଣ୍ୟ ମଧ୍ୟରେ ଥିବା  ପିତାନାଉ ଠାରେ ଆର.ସି.ଡି.ସି ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଔଷଧିୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁ୍େଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଳ୍ଲାପରିଷଦ ଉପାଧ୍ୟକ୍ଷ ସୋମାନାଥ ଦାସ , ହଦଗଡ ସରପଞ୍ଚ ନିରୁପମା ନନ୍ଦି, ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ ଔଷଧିୟ ବୃକ୍ଷର ଚାରା ରୋପଣ କରିବା ସହିତ ଗ୍ରାମବାସୀ ମାନଙ୍କୁ øଷଧିୟ ବୃକ୍ଷର ମହାତ୍ମ୍ୟ ସମ୍ପର୍କରେ ସଚେତନ କରାଇ ନିଜ ନିଜ ଘରବାଡିରେ ଅଧିକର ଅଧିକ ଔଷଧିୟ ବୃକ୍ଷ ରୋପଣ ପାଇଁ ପରାମର୍ଶ ଦେଇଥିଲେ । ଏହି ଔଷଧିୟ ବୃକ୍ଷର ଚାରା ଭୁବନେଶ୍ୱରରୁ ଆଣି ଯୋଗାଇ ଦେବାପାଇଁ ଆର.ସି.ଡିସିର କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠୀ ପ୍ରକାଶ କରିଥିଲେ । ଏଥିରେ କାଠକଟା ବନପାଳ, କଣ୍ଟିପାଳ ବନପାଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ବନ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ହସ୍ତୀ ଦିବସରେ ଜଂଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ ସପଥ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରବିନ୍ଦ୍ର ଦଣ୍ଡପାଟ, ରାଘବ ନାଏକ, ସହଦେବ ବେହେରା, ମୁରଲୀ ସେନାପତି, ରବିନ୍ଦ୍ର ଖଟୁଆ, ରଘୁ ଖଟୁଆ, ଜୟକୃଷ୍ଣ ପଇଦା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ