ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମୀ ନାଶକ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) : ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଓରାଳି ହାଇସ୍କୁଲ ଠାରେ ଜାତୀୟ କୃମୀ ନାଶକ ଦିବସ ପାଳିତ ହୋଇଯାଇଛି । ସିଆରସିସି ଗୌରାଙ୍ଗ ଚରଣ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ଆୟୁଷ ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ବିପିଏମ ଚନ୍ଦନ କୁମାର ସାହୁ, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ବେହେରା ପ୍ରମୁଖ ଯୋଗଦେଇ ଜାତୀୟ କୃମୀନାଶକ ଦିବସ ପାଳନର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ଆଲବେଡାଜଲ’ ବଟିକା ଖାଇବାକୁ ଦିଆଯାଇଥିଲା । ଆଜି ଦିନରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ୧୯ତାରିଖ ଦିନ ଏହି ବଟିକା ଦିଆଯିବ ବୋଲି ବିପିଏମ ସୁଚନା ଦେଇଥିଲେ । ହ÷ାଯଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଆଜି ଜାତୀୟ କୃମୀ ନାଶକ ଦିବସ ପାଳନ କରାଯାଇ କୃମୀ ନାଶକ ବଟିକା ଦିଆଯାଇଥିବା ଜଣାଯାଇଛି ।  ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ତ୍ୟକର୍ମୀ ସତ୍ୟଭାମା ନାୟକ, ରତିକାନ୍ତ ପଣ୍ଡା, ମୁନସୁନ ସାହୁ, ବିଡିଏମ ପ୍ରଦୀପ ଦାସ, ଏଣ୍ଟୋମଲୋଜିଷ୍ଟ  ସ୍ମୃତି ସ୍ୱରୁପ ପୁହାଣ, ଶିକ୍ଷକ ଦୁର୍ଯେ୍ୟାଧନ ନାୟକ, ଜ୍ୟୋତି ରଞ୍ଜନ ବେହେରା, ଦିବ୍ୟ ଭାରତୀ ବେହେରା, ଜୟଶ୍ରୀ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ