ଅଙ୍ଗନବାଡି ସଂଘ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) : ସରସ୍ୱତୀ ଶିଶୁ ମନ୍ଦିର ପରିଷରରେ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ୱଧୀନତାର ୭୫ତମ ପୁର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି । ଭାରତୀୟ ମଜଦୁର ସଂଘ କେନ୍ଦୁଝରର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ସକାଳେ କର୍ମୀ ମାନଙ୍କ ଦ୍ୱାରା ପ୍ରଭାତଫେରୀ କରାଯିବା ସହିତ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ କରାଯାଇ ବଜାର ପରିକ୍ରମା କରାଯାଇଥିଲା । ଏହି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନର ଉଦେ୍ଦଶ୍ୟ ଓ ହରଘର ତ୍ରୀରଙ୍ଗା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ବିଏମଏସର ଜିଲ୍ଲା ସଭାପତି କାମପାଳ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଙ୍ଗନବାଡି ସଂଘର ସଭାପତି କନକଲତା ସାମଲ, ସମ୍ପାଦିକା କନକଲତା ଜେନା, କୋଷାଧ୍ୟକ୍ଷ ସତ୍ୟଭାମା ଖଟୁଆ, ସେକ୍ଟର ଲିଡର  ମଞ୍ଜୁଲତା ବିଶ୍ୱାଳ, ସରୋଜିନୀ ପାଢ଼ୀ, ବାସନ୍ତୀ ବେହେରା, ବିନତୀ ନାୟକ, ଝରଣା ସ୍ୱାଇଁ, ପ୍ରମିଳା ସେନାପତି, ସୀତା ହେମ୍ରମ, ଅବନୀ ବିଶ୍ୱାଳ, ମଞ୍ଜୁ ମଲ୍ଲିକଙ୍କ ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ