ହାଟଡିହିରେ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା
ହାଟଡିହି, (ବିକାଶ ବିଶ୍ୱାଳ ) : ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ତ୍ୟାଗ ଓ ବଳିଦାନର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗୌରବ ଯାତ୍ରାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭୁବନ ବିହାରୀ ସାହୁ, ବରିଷ୍ଠ କଂଗ୍ରେସ ନେତା ମନୋଜ କୁମାର ଜେନା, ଚଣ୍ଡୀ ପ୍ରସନ୍ନ ପାଣିଗ୍ରାହୀ, ହାଡିବନ୍ଧୁ ଖୁଣ୍ଟିଆ, ମାନସ କୁମାର ଜେନା, ବିଜୟଶ୍ରୀ ଦେବତା, ମାନସ ନାୟକ, ଅକ୍ଷୟ ମହାପାତ୍ର, ମାନସ ରଞ୍ଜନ ନାୟକ, ଚିନ୍ମୟ ରାଉତ, ବୁଟୁ ମାଝୀ, ନୃସିହଂ ଚରଣ ସେଠୀ, ରମାକାନ୍ତ ମଲ୍ଲିକ, ବୁଲୁ ରାଉତ, ସୁଦାମ ଚରଣ ନାୟକ, ରତ୍ନାକର ତ୍ରିପାଠୀ, ଚିତ୍ତରଞ୍ଜନ ନାୟକ, ସତ୍ୟବ୍ରତ ଜେନା, ଶ୍ରୀଧର ସେଠୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ହାଟଡିହି ତାରିଣୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଛେନାପଦି ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଏକ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହା ପୁରୁଷଙ୍କ ଜୟଗାନ କରିବା ସହିତ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ବର୍ତ୍ତମାନ ସାଧାରଣ ଲୋକେ ପ୍ରକୃତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭୁଲିଯାଇ ଥିବାବେଳେ ଏହି ପଦଯାତ୍ରା ଦ୍ୱାରା ସେହି ମହାପୁରୁଷ ମାନଙ୍କ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଏହି ପଦଯାତ୍ରାର ଉଦେ୍ଦଶ୍ୟ ବୋଲି କଂଗ୍ରେସ ନେତା ହାଡିବନ୍ଧୁ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ । ସେହିପରି ଏବେକାର ସରକାର ଗରିବ ଲୋକଙ୍କ ମୁଢ଼ି, ଚୁଡା, ଗୁଡ ଉପରେ ଜିଏସଟି ଭିଡୁଥିବାବେଳେ ପୁଞ୍ଜିପତିଙ୍କ ଉପରୁ ୧୨ ହଜାର କୋଟି ଟଙ୍କା ଛାଡ କରିବା ମୋଦି ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ବୋଲି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସାହୁ କହିଥିଲେ ।