ମୈାସୁମୀ ସାହିତ୍ୟ ପରିଷଦର ସାହିତ୍ୟ ଓ କବିତା ଆସର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମୈାସୁମୀ ସାହିତ୍ୟ ପରିଷଦ, କେନ୍ଦ୍ରାପଡା ପକ୍ଷରୁ ପବିତ୍ର ଜନ୍ମଷ୍ଟମୀ ଅବସରରେ ସ୍ଥାନୀୟ ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ଏକ ସାହିତ୍ୟ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଡଃ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଓ ଉଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ଭାବରେ ପ୍ରାଧ୍ୟାପକ ଅଜୟ କୁମାର ସାମଲ, ଆମ ଗାଁ ସାହିତ୍ୟ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକ, ପଲ୍ଲକ ପତ୍ରିକାର ସମ୍ପାଦକ ଶଶିକାନ୍ତ ଦାସ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କବି ଡଃ. ମନୋରଞ୍ଜନ ଦାଶ କବିତା ଆସରକୁ ସଂଯୋଜନା କରିଥିଲେ । ଏହି ଅବସରରେ କୋଡିଏରୁ ଉର୍ଦ୍ଧ୍ୱ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ପ୍ରେମାନନ୍ଦ ଖଣ୍ଡୁଆଳ, ବୃନ୍ଦାବନ ଦାସ, ଅଧ୍ୟାପକ ରଞ୍ଜିତ ସେନାପତି, ଭରତ ଚନ୍ଦ୍ର ଜେନା, କବିତା ମୁଦୁଲି, ରଞ୍ଜନ ବାଇ, ଅଜୟ କୁମାର ପାତ୍ର, ଶ୍ରୀଧର ରାଉତ, ସ୍ୱପ୍ନାଂଶୁ ଦାସ, ଗାଳ୍ପିକା ଅବନ୍ତୀ ବେହେରା, ଡଃ. ଶ୍ରୀଧର ସାମଲ, ଡଃ. ମନୋରଞ୍ଜନ ଦାଶ, ଅପର୍ତ୍ତୀ ସେଠୀ, ସଞ୍ଜୟ କୁମାର ମଲ୍ଲିକ ନାରାୟଣ ପତି, ବିମଳ ପ୍ରସାଦ ପରିଡା, ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ମନୋଜ୍ଞ ପରିବେଶରେ ଅନୁଷ୍ଠିତ ଏହି ସାହିତ୍ୟ ଆସରକୁ ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ, କେନ୍ଦ୍ରାପଡା ଏବଂ ଆମ ଗାଁ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଶେଷରେ ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।