ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ , ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୨୦ ତମଜୟନ୍ତୀ ଉତ୍ସବ ,ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦ , ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର(ଆମ ଗାଁ ଆମ ସାହିତ୍ୟ) ଓ ଜିଲ୍ଲା ସଂସ୍କୃତି ପରିଷଦ ଗଜପତିର ମିଳିତ ଆନୁକୁଲ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସମାଜର ସଭା ଗୃହ ଠାରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଗବେଷକ , ସାହିତ୍ୟିକ ତଥା ପାରଳାର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ କର୍ମମୟ ଜୀବନ ଓ ଭାଷା ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ପଦ୍ମଶ୍ରୀ ଡ଼ଃ ରାଜଗୁରୁ ଏକାଧାରରେ ଜଣେ ସଂସ୍କୃତି ପୁରୁଷ , ପଣ୍ଡିତ , ସୁବିଖ୍ୟାତ ଐତିହାସିକ , ପ୍ରତ୍ନତତ୍ତ୍ୱ ଓ ଲବ୍ଧପ୍ରତିଷ୍ଠିତ ଲିପିତତ୍ତ୍ୱବିଦ , ଶିଳାଲେଖ ଓ ତାମ୍ରଲିପି ପାଠକ , ଗବେଷକ , ନାଟ୍ୟକାର , ଶିକ୍ଷାବିତ , ସାହିତ୍ୟିକ ଓ ସାମ୍ବାଦିକ , ଅଭିନେତା , କୁଟନିତିଜ୍ଞ ସମାଲୋଚକ ଓ ମହାନ୍ ସମାଜ ସେବୀ ଓ ସମାଜ ସଂସ୍କାରକ ଥିଲେ ବୋଲି କହିଥିଲେଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ରଉମରକୋଟର ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ କୁମାର ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ସ୍ମୃତି ସଂସଦର ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ ।ପଦ୍ମଶ୍ରୀ ଡଃ ରାଜଗୁରୁ ବହୁ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ସେ କେବଳ ଓଡ଼ିଶା କି ଭାରତରେ ନୁହେଁ , ସମଗ୍ର ବିଶ୍ଵରେ ତାଙ୍କର ଗବେଷଣା ପାଇଁ ପ୍ରତ୍ନତତ୍ତ୍ଵବିଦ୍ ଓ ଲିପିତତ୍ୱବିଦ ଭାବରେ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ମହାନ୍ ପ୍ରବର୍ତ୍ତକ ଭାବରେ ସେ ତାଙ୍କର ସୁନାମ ଅର୍ଜନ କରିଥିଲେ । ମୁଖ୍ୟତଃ ଓଡିଶାର ଧର୍ମ , ସାହିତ୍ୟ ଓ ସଂସ୍କୃତିର ପ୍ରବକ୍ତା ତଥା ଲିପିତତ୍ତ୍ୱବିତ ଭାବେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ଯଶ-କୀର୍ତ୍ତି କେବଳ ଓଡିଶାରେ ସୀମିତ ନ ଥିଲା ।ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା ଯାହାକି , ତାହା ଆଜି ମଧ୍ୟ ଚିରସ୍ମରଣୀୟ ହୋଇ ରହିଛି । ତାଙ୍କର ସେହିକଲ୍ୟାଣପ୍ରଦ ସାଧନବ୍ରତ ଆଗାମୀ ଦିନ ମାନଙ୍କରେ ସମଗ୍ର ବିଶ୍ୱ ସମାଜକୁ ସ୍ଵୀୟ ବଳିଷ୍ଠ ସ୍ପର୍ଶରେ ଅଧିକ ସମୃଦ୍ଧ ଓ ତେଜୋଦ୍ଦୀପ୍ତ କରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ କୁମାର ମିଶ୍ରଙ୍କୁ ସ୍ମୃତି ସଂସଦ ପକ୍ଷରୁ ପଦ୍ମଶ୍ରୀ ଡ଼ଃସତ୍ୟନାରାୟଣ ରାଜଗୁରୁ ସ୍ମୃତି ସମ୍ମାନରେ ପୁଷ୍ପଗୁଚ୍ଛ , ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।ପରେ ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ଶ୍ରୀମତୀ ମୀନା କୁମାରୀ ଟହଲ ଅତିଥି ମାନଙ୍କ ପରିଚୟ ପ୍ରଦାନ , ସ୍ମୃତି ସଂସଦରସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ , ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି ମାନପତ୍ର ପାଠ ଏବଂ ଭକ୍ତି ସଙ୍ଗୀତ ସଂସଦର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶେଷରେ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିଷ୍ଣୁ ପଣ୍ଡା ଓ ସସ୍ମିତା ଜେନା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ