ପୂର୍ବ ଉପଖଣ୍ଡ ପକ୍ଷରୁ ଅନୁଷ୍ଠିତ ଡାକ ମେଳାରେ ଶ୍ରମ ମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ଗ୍ରାମରେ ଅଗଷ୍ଟ ୨୨ ତାରିଖ ଦିନ ଆସିକ ଡାକ ଖଣ୍ଡର ପୂର୍ବ ଡାକ ଉପଖଣ୍ଡ ପକ୍ଷରୁ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଆସିକା ଡାକ ଖଣ୍ଡ ସୁପରିଟେଣ୍ଡଟ ଗୋପେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଡାକ ମେଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଡାକ ବିଭାଗରେ ଜମା ଟଙ୍କା ରଖିବା ସବୁଠାରୁ ଅଧିକ ସୁରକ୍ଷିତ ବୋଲି ପ୍ରକାଶ କରିଥିଲେ। ଆସିକା ପୂର୍ବ ଡାକ ଉପଖଣ୍ଡ ଇନ୍ସପେକ୍ଟର କ୍ରିଷ୍ଣାନନ୍ଦ ଡାକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ଡାକ ଜୀବନ ବୀମା, ଡାକ ଜୀବନ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ଡାକଘର ସଞ୍ଚୟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ବ୍ୟାଙ୍କ ଓ ଅନ୍ୟାନ୍ୟ ବିଭିନ୍ନ ସଞ୍ଚୟ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଡାକମେଳା ରେ ଯୋଗଦେଇଥିବା ଅନ୍ୟ ଅତିଥି ବୃନ୍ଦ ହେଲେ ୪୧ ନଂ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ତଥା ପୂର୍ବତନ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ୪୨ ନଂ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ୪୩ ନଂ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜିତେନ୍ଦ୍ର ନାୟକ, ପାଙ୍ଗିଡି ସରପଞ୍ଚ ଭାଗ୍ୟଳତା ବିଷୋୟୀ, ସମିତି ସଭ୍ୟା ସସ୍ମିତା କୁମାରୀ ଆପଟ, ବାଲିପଦର ଓଆଇସି ସମୀର କୁମାର ବେହେରା, ବୁଗୁଡା ସବ ପୋଷ୍ଟ ମାଷ୍ଟର ଜୟ ପ୍ରକାଶ ବିଷୋୟୀ, ଆସିକା ଡାକ ଖଣ୍ଡ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଦୀପକ ରଞ୍ଜନ ପାଣିଗ୍ରାହୀ ଓ ସନ୍ଦୀପ କୁମାର ସାହୁ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଆପଟ ଓ ସମିତି ସଭ୍ୟ କୃଷ୍ଣ ରା ଯୋଗଦେଇଥିଲେ। ଏହି ଅବସରରେ ପୂର୍ବ ଡାକ ଉପଖଣ୍ଡରେ ଉତ୍ତମ କାର୍ଯ୍ୟ କରିଥିବା କର୍ମଚାରୀ ବୃନ୍ଦଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଫସଲ ବୀମା ଯୋଜନାରେ ଉତ୍ତମ କାର୍ଯ୍ୟ ପାଇଁ ବନ୍ଦନା ଦାଶ ପ୍ରଥମ, ସ୍ମୃତି ରଞ୍ଜନ ପାତ୍ର ଦ୍ଵିତୀୟ ଏବଂ ରିତିକା ପାଡ଼ିଆ ଓ ଇ ସୁପ୍ରଭା ରାଣୀ ଆଚାରୀ ତୃତୀୟ ପୁରସ୍କାର ପାଇଥିଲେ। ସେହିପରି ଡାକ ଜୀବନ ବିମାରେ ଉତ୍ତମ କାର୍ଯ୍ୟ ପାଇଁ ଆନନ୍ଦ ବେହେରା ପ୍ରଥମ, ଜେ ରମେଶ ଚନ୍ଦ୍ର ପୃଷ୍ଟି ଦ୍ଵିତୀୟ ଏବଂ ନୀଳାଞ୍ଚଳ ସାହୁ, ବନ୍ଦନା ଦାଶ ଓ ଇ.ସୁପ୍ରଭା ରାଣୀ ଆଚାରୀ ତୃତୀୟ ପୁରସ୍କାର ପାଇଥିଲେ। ସଞ୍ଚୟ ଜମା ଖାତା ପାଇଁ ଉତ୍ତମ କାର୍ଯ୍ୟ କରିଥିବା କ୍ରିଷ୍ଣାଶ୍ରୀ ମହାପାତ୍ର ପ୍ରଥମ, ଅରୁଣ କୁମାର ମୋହିନୀ ଦ୍ଵିତୀୟ ଓ ସଞ୍ଜୟ ରାଉତ ତୃତୀୟ ପୁରସ୍କାର ପାଇଥିଲେ। ଏହି ଡାକ ମେଳା ପରିଚାଳନାରେ ପୋଷ୍ଟାଲ ଓଭରସିଏର ପ୍ରଦ୍ୟୁମ୍ନ ବିଶ୍ୱାଳ ଓ କୃଷ୍ଣ ଭଞ୍ଜଙ୍କ ନେତୃତ୍ୱରେ ପାଙ୍ଗିଡି ବିପିଏମ ଜେ.ରମେଶ ଚନ୍ଦ୍ର ପୃଷ୍ଟି, ମାଣିତରା ବିପିଏମ ବିଭୁତି ଭୂଷଣ ଦାଶ, ଏବିପିଏମ ବିଷ୍ଣୁ ପ୍ରସାଦ ପଣ୍ଡା, ସାବଳୀୟ ଏବିପିଏମ ଏ.ଲକ୍ଷ୍ମୀ ନାରାୟଣ ଦୋରା, ଆଦିପୁର ବିପିଏମ ନିରାକାର ସାହୁ, ଜୟପୁର ଏବିପିଏମ ଶ୍ରୀନିବାସ କ୍ୟାମ୍ପ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ