ଵ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଘାଟିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଵ୍ଲକ ସ୍ତରୀୟ କ୍ରିଡା ଉତ୍ସବ ଉଦଘାଟିତ ହୋଇଯାଇଛି।ଵ୍ଲକ ଶିକ୍ଷାଧିକାରୀ ଅଧୀର କୁମାର ତରାଇ ଏହାକୁ ଉଦଘାଟନ କରି ଵିଦ୍ୟାର୍ଥୀ ମାନଙ୍କ ଉତମ ସ୍ଵାସ୍ଥ୍ୟ ପାଇଁ କ୍ରିଡା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମହାରଣା,ସୁଦର୍ଶନ ସେଠୀ,ବିଶ୍ଵରଞ୍ଜନ ରଥ,ଏଵିଇଓ ଅକ୍ଷୟ କୁମାର ଜେନା,ସିଆରସିସି ରଞ୍ଜନ କୁମାର ମହାନ୍ତି, କୈଳାସ ଚନ୍ଦ୍ର ସାମଲ, ପୁଷ୍ପକ ଭାରତୀ, ଉମାକାନ୍ତ ସାହୁ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାରେ ଵିଦ୍ୟାର୍ଥୀ ମାନଙ୍କ ପକ୍ଷରୁ କ୍ରୀଡା ଭିତ୍ତିକ ତର୍କ, ରଚନା, ଚିତ୍ରାଙ୍କନ, ପୋଷ୍ଟର, ବକୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିଭଳି ଖୋକ, କବାଡି,ଭଲି ଵଲ, ଯୋଗାସନ ଆଦି ଖେଳ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା।ଵ୍ଲକ କ୍ରିଡା ସଂଯୋଜକ ଜିତେନ୍ଦ୍ର କୁମାର ସାହୁ, କ୍ରିଡ଼ା ଶିକ୍ଷୟିତ୍ରୀ ଵିକସୀ ସାହୁ, ଅମୂଲ୍ୟ ମଲିକ, ପ୍ରମୋଦ ଦାସ, ମାନସ କୁମାର ସାହୁ, ପବିତ୍ର ମୋହନ ଦାସ, ଆଶୁତୋଷ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ।ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।ଶିକ୍ଷକ ଦେବାଶିଷ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତପଜା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରତିଯୋଗିତାରେ ୨୨ଗୋଟି ଵିଦ୍ୟାଳୟରୁ ପ୍ରାୟ ୧୫୦ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ