ଜମିବାଡି ବିବାଦକୁ ନେଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନାର ବିଭିନ୍ନ ସ୍ଥାନରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ମଞ୍ଜୁରୀରୋଡ଼ ନିକଟ ଚୁଆଗଡ଼ିଆ ଗ୍ରାମର ନରେନ୍ଦ୍ର ପ୍ରସାଦ ସାହୁ ଓ ବିଜୟ କୁମାର ବେହେରାଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଘଟିଥିବା ବେଳେ କଥା ଏବେ ଥାନାରେ ପହଞ୍ଚିଛି। ପୁଲିସ ଦୁଇ ପକ୍ଷର ଅଭିଯୋଗକୁ ଭିତ୍ତିକରି ପୃଥକ ପୃଥକ ମାମଲା ରୁଜୁ କରିଛି। ସେହିଭଳି ବାବଲପୁର ଠାରେ ରଞ୍ଜିତା ପରିଡା ଓ ଦୈତାରୀ ପରିଡା, କୁରିଗାଁ ଗ୍ରାମରେ ନାରାୟଣ ଜେନା ଓ ରବିନ୍ଦ୍ର ଜେନାଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଥିବା ବେଳେ ଏନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି।


