ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ତାଲିମ ଓ ପରାମର୍ଶ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଶିକ୍ଷକ ମାନଙ୍କୁ ନେଇ ଏକ ତାଲିମ ଓ ପରାମର୍ଶ ଶିବିର ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଣେଷ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ଉଦ୍ଦିଷ୍ଠ ତାଲିମ ଶିବିର ଗତ ୨୬ ତାରିଖରୁ ଆରମ୍ଭ କରି ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ତାଲିମ ଶିବିରରେ ୫୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରାରମ୍ଭରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସିତାରାମ ପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହିତ ଦିବ୍ୟାଙ୍ଗ ଶିଶୁ ମାନେ କିପରି ସମାଜର ମୁଖ୍ୟ ସ୍ତୋତରେ ସାମିଲ ହୋଇପାରିବେ ସେ ବିଷୟରେ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନତା କରାଇଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ୱିନୀ କୁମାର ପାଇକରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ପ୍ରଶିକ୍ଷକ ଭାବେ ସୀତାକାନ୍ତ ପଣ୍ଡା, ଦୀପାଞ୍ଜଳୀ ମହାନ୍ତି, ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ତଃନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଅଶୋକ କୁମାର ପଲାଇ ଓ ପଦ୍ମନାଭ ବେହେରା ସହ ଯୋଗ କରିଥିଲେ ।


