ଖେଳ ର ସୁପରିଚାଳନା ନିମନ୍ତେ ସନରାଇଜ ସ୍ପୋର୍ଟ୍ସ କ୍ଳବ ର ଆଲୋଚନାବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ର ଅଗ୍ରଣୀ କ୍ରୀଡା ସଂଗଠନ ସନରାଇଜ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ଭଳିବଲ କୋର୍ଟ ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା l ସନରାଇଜ ସ୍ପୋର୍ଟ୍ସ କ୍ଳବର ପରିଚାଳନା କମିଟି ର କାର୍ଯ୍ୟକାଳ ଆସନ୍ତା ଦୁଇ ବର୍ଷ ନିମନ୍ତେ ନବୀକରଣ କରାଯାଇଥିଲା l ସମସ୍ତ କର୍ମକର୍ତା ଓ ସଭ୍ୟ ମାନେ ଉପସ୍ଥିତ ରହି ଖେଳ ସୁପରିଚାଳନା ଓ ଆସନ୍ତା ବର୍ଷ ଆରମ୍ଭ ରେ ଏକ ଟୁର୍ଣ୍ଣାମେଣ୍ଟ କରିବା ନିମନ୍ତେ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା l ଏହା ସହିତ ପରିଚାଳନା ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଏହି ବୈଠକ ରେ କ୍ଳବର ସଭାପତି ଏଲ. ଶ୍ରୀନିବାସ ରାଓ, ଉପସଭାପତି ସମୀର କୁମାର ପଟ୍ଟନାୟକ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, କୋଷାଧକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ଅଧିନାୟକ ସୁବାଷ ଚନ୍ଦ୍ର ସେଠି ଏବଂ ଉପ ଅଧିନାୟକ ଇ. ସୁଧାକର ଦୋରାଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l


