ନିଷ୍ଠାପର ଭାବେ କର୍ତ୍ତବ୍ୟ ସୁଶାସନ ପାଇଁ ପାଟପୁର ଥାନା କୁ ଆଇଏସଓ ମାନ୍ୟତା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦକ୍ଷତା ସୁଶାସନ ନିଷ୍ଠାପର ଭାବେ କର୍ତ୍ତବ୍ୟ ପାଳନ ଜନସାଧାରଙ୍କୁଉତ୍ତମ ନ୍ୟାୟ ପ୍ରଦାନ ପାଇଁ ପାଟପୁର ଆଇଏସଓ ର ମାନ୍ୟତା ପ୍ରାପ୍ତ ଲାଭ କରିଥିବା ଜଣାପଡିଛି । ଏନେଇ ଗତକାଲି ଇଣ୍ଟରନ୍ଯାସନାଲ ଆକ୍ଯୁରେଟ ସାର୍ଟିଫିକେସନ ନାମକ ଏକ ସଂସ୍ଥା ପକ୍ଷରୁ ଏକ ମାନ୍ୟତା ପତ୍ର ଆସିଥିବା ଜଣାପଡ଼ିଛି। । ବହୁ ପୁରାତନ ପାଟପୁର ଥାନା ୧୯୧୧ ମସିହାରେ ସ୍ଥାପିତ ହୋଇଥିଲା । ପାଟପୁର ଥାନା ବହୁ ଅଞ୍ଚଳକୁ ନେଇ କାର୍ଯ୍ଯ କରୁଥିଲା। ଜନସାଧାରଣଙ୍କ ବୃଦ୍ଧି ଯୋଗୁଁ ପୋଡାମାରୀ ଠାରେ ଏହାର ଏକ ପୋଲିସ ଫାଣ୍ଡି ନିର୍ମାଣ ହୋଇଛି। ବର୍ତ୍ତମାନ ପାଟପୁର ଥାନା ଅଧୀନରେ ସାନଖେମୁଣ୍ଡି ବ୍ଲକ ଏବଂ ଦିଗପହଣ୍ଡି ଗୋଟଏ ପଞ୍ଚାୟତ ସମେତ ୨୭ପଞ୍ଚାୟତର ପାଖାପାଖି ୧ ଲକ୍ଷ ୬୭ ହଜାରରୁଉର୍ଦ୍ଧ୍ବ ଜନ ସାଧାରଣ ଉକ୍ତ ଥାନା ଉପରେ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ ପାଟପୁର ଥାନା ପକ୍ଷରୁ ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟା ସହଜ ସୁବିଧା ରେ ସମାଧାନ ମାଧ୍ୟମରେ ସମସ୍ୟା ଦୂର କରିବା ସହ ଅଞ୍ଚଳରେ ଘଟୁଥିବା ବିଭିନ୍ନ ଅପରାଧୀମୂଳକ କାର୍ଯ୍ୟକୁ ଦମନ କରିବା , ଜୁଆ ଆଡ୍ଡା ଚଢାଉ, ଟ୍ରାଫିକ ସମସ୍ୟା,ନୀଖୋଜ, ମଡ଼ର ମାମଲାର ଅଭିଯୁକ୍ତ କୁଧରିବା ବେଆଇନ ମଦ ବିକ୍ରୀକୁ ବନ୍ଦ , ଗଞ୍ଜେଇ ଚୋରାଚାଲାଣକୁ କୋର୍ଟ ଚାଲାଣ ଏବଂ ନିକଟରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବାଧିକ ୪୬୨ ୟୁନିଟ ରକ୍ତ ସଂଗୃହୀତ କରି ଚର୍ଚ୍ଚାରେ ଜିଲ୍ଲାର ପ୍ରଥମ ଥାନା ଭାବେ ଚର୍ଚ୍ଚାର ପରିସରକୁ ଆସିଥିଲା। ଏହି ସବୁ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଦକ୍ଷତା ସହ ପ୍ରତିପାଦନ କରି ଦେଖାଇ ପାରିଛନ୍ତି ବୋଲି ଅଞ୍ଚଳବାସୀ ବୁଦ୍ଧିଜୀବୀ ପକ୍ଷରୁ ମତପ୍ରକାଶ ପାଇଛି। ଏନେଇ ଥାନା ଅଧିକାରୀ ଶ୍ରୀ ମଲ୍ଲ ସ୍ଥାନୀୟ ଜନତାଙ୍କ ସହଯୋଗ ଦ୍ବାରା ଏହା ସମ୍ଭବ ହୋଇପାରିଥିବା କହିବା ସହ ଜନସାଧାରଣ ଙ୍କ ସହଯୋଗ ଦ୍ଵାରା ଏକ ନିର୍ମଳ ପରିବେଶ ସୃଷ୍ଟି ହୋଇପାରିବ। ଏଣୁ ଅଞ୍ଚଳ ବାସୀଙ୍କ ସହଯୋଗ ଆବଶ୍ୟକ।


