ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାକାନ୍ତ ନାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଉମାକାନ୍ତ ନାୟକ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୨ ବ୍ୟାଚ୍ର ଓଆରଏସ ଅଫିସର ଅଟନ୍ତି l ପରେ ୨୦୨୦ ରେ ଓଏଏସ ଭାବେ ପଦୋନ୍ନତି ହୋଇଥିଲେ l ପୂର୍ବରୁ ସେ ଖଲ୍ଲିକୋଟ ଏନଏସି ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ତାଙ୍କର ଛତ୍ରପୁର ଏନଏସି ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଥିଲା l ଛତ୍ରପୁର ଏନଏସି ର ପରିମଳ, ସ୍ୱଛତା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ସରକାରଙ୍କ ବିଭିନ୍ନ ଯୋଜନା କୁ ଲୋକଙ୍କ ପାଖରେ ପହଂଚାଇବା ଦିଗରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି l ଆଜି ସେ କାର୍ଯ୍ୟ ରେ ଯୋଗ ଦେବା ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ସୂଚନାଥାଉକି, ପୂର୍ବରୁ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏନ. ଗଣେଶ ବାବୁ ଙ୍କ ବଦଳି ହୋଇ ଭୁବନେଶ୍ୱର ମହାନଗର ନିଗମ ର ଆସିଷ୍ଟାଣ୍ଟ କମିଶନର ଭାବେ ବଦଳି ହୋଇଯାଇଛି ।


