ମଧୁବୈଶ୍ୟ ସମାଜ ର ବାର୍ଷିକ ଅଧିବେସନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମଧୁବୈଶ୍ୟ ସମାଜର ବାର୍ଷିକ ଅଧିବେସନ ବେଲଗୁଣ୍ଠା ସ୍ଥିତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ସମାଜର ଆରାଧ୍ୟ ଦେବ ଅଗ୍ରପୂଜ୍ୟ ଗଣପତିଙ୍କ ଫଟୋରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ସମାଜର ବରିଷ୍ଠ ସଭ୍ୟ ଗୋବିନ୍ଦ ସାହୁ,ସନ୍ତୋଷ କୁମାର ସାହୁ, ଗୁରୁମୁର୍ତ୍ତୀ ସାହୁ, ପାଣ୍ଡା ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଶୀଳା ସାହୁ,ବିଶ୍ୱନାଥ ସାହୁ, ଅଭିମନ୍ୟୁ ସାହୁ, ଙ୍କ ଅମର ଆତ୍ମା ର ସଦଗତି ପାଇଁ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ।ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୁର୍ବତନ ସଭାପତି ରାଘବ ସାହୁ,କୁଳ ବେହେରା ବନବାସ ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମ୍ପାଦକ ବନବାସ ସାହୁ ବାର୍ଷିକ ବୀବରଣୀ ପାଠ କରିବା ସହିତ ଗତ ବର୍ଷର ସମାଜର ଆୟବ୍ୟୟର ବୀବରଣୀ ପ୍ରଦାନ କରିଥିଲେ । ବୈଠକରେ ସମାଜର ସ୍ୱାର୍ଥ ନିମିତ୍ତ ଆଲୋଚନା ହୋଇଥିବା ବେଳେ ଉଢୁରା ଠାରେ ଥିବା ସମାଜ ର ନିଜସ୍ଵ ଜମିରେ କିପରି ଗୃହ ନିର୍ମାଣ ହୋଇପାରିବ ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା । ସମାଜର କୁଳ ବେହେରା ସନ୍ତୋଷ କୁମାର ସାହୁ ନୂତନ ସମାଜ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏବଂ ପରେ ସମସ୍ତେ ମିଶି ବିଧାୟକ ଶ୍ରୀ ସ୍ୱାଇଁଙ୍କୁ ସୋରଡ଼ା ଠାରେ ସାକ୍ଷାତକରି ଗୃହ ନିର୍ମାଣ ପାଇଁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ସୋରଡ଼ା ବିଧାୟକ ଶ୍ରୀ ସ୍ୱାଇଁ ସହାୟତା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିପ୍ର ସାହୁ, ଟୁନା ସାହୁ,ଗୁରୁମୁର୍ତ୍ତି ସାହୁ, ବସନ୍ତ ସାସମଲ, କୃପାସିନ୍ଧୁ ସାହୁ,ରାଜ କିଶୋର ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବୈଠକ ଶେଷରେ ଶ୍ରୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ