କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସାମ୍ବିଧାନିକ ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ସଙ୍ଘର ପୂର୍ବତନ ସମ୍ପାଦକ ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଙ୍ଘର ସଭାପତି ଭାବେ ଅକ୍ଷୟ କୁମାର ନାୟକ, ଉପସଭାପତି ଭାବେ ସିଦ୍ଧାର୍ଥ ଶଙ୍କର ନାୟକ, ଉପେନ୍ଦ୍ର ସାହୁ ଓ ମାଧୁରୀ ଭଦ୍ର, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ୍ତ କୁମାର ନାୟକ, ସାଧାରଣ ସମ୍ପାଦକ ମହେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ଲାଲାବାବୁ ଖାଁ ଓ ସେକ ସନୱାର, ସହ ସମ୍ପାଦକ ନିର୍ମଳ ସ୍ୱାଇଁ, କୋଷାଧ୍ୟକ୍ଷ ଅଭୟ କୁମାର ସ୍ୱାଇଁ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ଆଳି ବ୍ଲକରୁ ସେକ ହିସାବଉଦ୍ଦିନ, ରାଜକନିକାରି ରୁବିନା ଖାତୁନ, ରାଜନଗରରୁ ଦୀପକ ରାଉତ, ପଟ୍ଟାମୁଣ୍ଡାଇରୁ ଅକ୍ଷୟ କୁମାର ମହାନ୍ତି, କେନ୍ଦ୍ରାପଡାରୁ ଗଜେନ୍ଦ୍ର ପ୍ରସାଦ ସେଠୀ, ଡେରାବିଶରୁ ଧିରେନ୍ଦ୍ର ରାଉଳ, ଗରଦପୁରରୁ ବୈଦ୍ୟନାଥ ସ୍ୱାଇଁ, ମହାକାଳପଡାରୁ ଧିରେନ୍ଦ୍ର ସାହୁ, ମାର୍ଶାଘାଇରୁ ସବନମ ଆରା, ପଟ୍ଟାମୁଣ୍ଡାଇ ପୈାରାଞ୍ଚଳରୁ ତନ୍ମୟୀ ସେଠୀ, କେନ୍ଦ୍ରାପଡା ପୈାରାଞ୍ଚଳରୁ ଶଶିରେଖା ସାମଲ ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଥିଲା । ସେହିପରି ଉପଦେଷ୍ଠା ମଣ୍ଡଳୀରେ ଦେବେନ୍ଦ୍ର ନାଥ ଜେନା, ମହେନ୍ଦ୍ର କୁମାର ମଲ୍ଲିକ, ଅଶୋକ କୁମାର ଦାସ, ବଙ୍କିମ ବିହାରୀ ମହାନ୍ତି, ତପନ କୁମାର ଦାସ ଓ ପ୍ରଭାତୀ ସ୍ୱାଇଁ ପ୍ରମୁଖ ରହିଛନ୍ତି । ସଙ୍ଘର ସମସ୍ତ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ । ଚଳିତ ବର୍ଷ ହିନ୍ଦୀ ଦିବସ ପାଳନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଶେଷରେ ବଙ୍କିମ ବିହାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


