ଗଣେଶଙ୍କ ଲଡ଼ୁ ୧୨ ହଜାର ଟଙ୍କାରେ ହେଲା ନିଲାମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କୋଭିଡ କଟକଣା ଭିତରେ ୨ ବର୍ଷ ହେବ ଗଣେଶ ପୂଜା ଧୁମଧାମରୁ ବଞ୍ଚିତ ହୋଇଥିଲା. ଚଳିତ ବର୍ଷ ରାଜ୍ୟର ପ୍ରତି କୋଣ ଅନୁକୋଣରେ ଧୁମଧାମରେ ପାଳିତ ହୋଇଯାଇଛି ଗଜାନନଙ୍କ ପୂଜାର୍ଚ୍ଚନା. ସେହିପରି ଦକ୍ଷିଣାଞ୍ଚଳ କାଶୀନଗର ଗଣେଶ ପୂଜା ନିମନ୍ତେ ପ୍ରସିଦ୍ଧ ଅଟେ. ଏଠାରେ ତିନି ଦିନ ଧରି ପୂଜା କରାଯାଇଥାଏ. ଏଠାରେ ଗଣେଶଙ୍କ ନିକଟରେ ପୂଜା ପାଇଁ ପ୍ରସ୍ତୁତ ଲଡ଼ୁକୁ ନିଲାମ କରାଯାଇଥାଏ. ଚଳିତ ବର୍ଷ ଷ୍ଟେଟ ବ୍ୟାଙ୍କ ଛକ ଠାରେ ଗଣେଶ ପୂଜାର ଲଡ଼ୁ ୧୨ ହଜାର ଟଙ୍କାରେ ମାନିନୀ ବେହେରା, ଫରେଷ୍ଟ ଛକରେ ୨୫ ହଜାର ଟଙ୍କାରେ ଲଡ଼ୁ ନିଲାମ ହୋଇଥିଲାବେଳେ ଏହାକୁ ଚିପୁରୁ ଶ୍ରୀନୁ ନେଇଥିଲେ.