ଗାଧେଇବାବେଳେ ଗୋଡ଼ ଖସି ଜଣେ ଏବଂ ଶୌଚବେଳେ ଗୋଡ଼ ଖସି ପୋଖରୀରେ ବୁଡ଼ି ଅନ୍ୟ ଜଣେ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ପୋଖରୀରେ ଗାଧେଇଥିବା ବେଳେ ଗୋଡ଼ ଖସି ଜଣେ ମୃତ୍ୟୁବରଣ କରିଥିବାବେଳେ ଶୌଚ କରିବା ସମୟରେ ଗୋଡ଼ ଖସି ପୋଖରୀରେ ବୁଡ଼ି ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି. ମୃତ ନାବାଳିକା ଜଣକ ହେଲେ ସିଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ବଇନଚପଲି ଗ୍ରାମର ଶିଶୁପାଳ ମଲିକଙ୍କ ଝିଅ ବର୍ଷା ମଲିକ(୧୧). ଟିଉସନ ସାରି ପୋଖରୀକୁ ଗାଧେଇବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁଁ ଗୋଡ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ. ତା ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀରେ ବର୍ଷା ଭାସୁଥିବାର ଦେଖିଥିଲେ. ତାପରେ ତୁରନ୍ତ ପାଣିରୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ. ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ. ପୁଲିସ ଶବ ଜବତ କରି ତଦନ୍ତ କରୁଥିବ ଥାନା ସୂତ୍ରରୁ ପ୍ରକାଶ.ସେହିପରି ଗଜପତି ଜିଲ୍ଲା ରାୟଗଡ ବ୍ଲକ କରଡ଼ାସିଂ ପଞ୍ଚାୟତ ପଦ୍ମପୁର ଗ୍ରାମରେ ସୋମବାର ସକାଳେ ଶୌଚ କରିବାକୁ ଯାଇ ସେହି ଗ୍ରାମର ପ୍ରଫୁଲ୍ଲ କୁମାର ରାଉତ (୫୫) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି. ପ୍ରଫୁଲ୍ଲ ସକାଳ ୯ ଟାରେ ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ଗୋଡ ଗୋଡ ଖସି ଯିବାରୁ ପାଣି ଭିତରୁ ଆଉ ବାହାରି ପାରିନଥିଲେ. ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ. ରାୟଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା (୭/୨୦୨୨) ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଏଏସଆଇ ମନୋଜ କୁମାର ପାଢୀ କହିଛନ୍ତି. ଘଟଣାର ଅଧିକ ତଦନ୍ତ ଜାରି ରହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ