ଭାରତମାଳା ପରିଯୋଜନା ରାସ୍ତା ପାଇଁ ଜମି ଚିହ୍ନଟ ଶେଷ : ଅଧିଗ୍ରହଣ ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ

ନିମାପଡ଼ା, (ସନ୍ତୋଷ ଦାଶ):ଭାରତ ସରକାର ଙ୍କ ବହୁ ପ୍ରତିକ୍ଷୀତ ଭାରତ ମାଳା ପରିଯୋଜନା ରାସ୍ତା ନିର୍ମାଣ ସ୍ବପ୍ନ ସାକାର ହେବାକୁ ଯାଉଛି। ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ତଥା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ରାଜସ୍ୱ ବିଭାଗ ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ଗାଜିଆବାଦ(ଦିଲ୍ଲୀ) ର ଚୈତନ୍ୟ ପ୍ରୋଜେକ୍ଟ କନ୍ ସଲ୍ଟାନସୀ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏଥିପାଇଁ ସର୍ଭେ କରାଯାଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଜମି ଅଧିଗ୍ରହଣ ପରେ ଖୁବ୍ ଶୀଘ୍ର ନୂଆ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଯୋଜନା ରେ ସାତପଡ଼ା ଠାରୁ ଦୀଘା ପର୍ଯ୍ୟନ୍ତ ୩୮୦କିମି ୪ ଲେନ ବିଶଷ୍ଟ ଜାତୀୟ ରାଜପଥ ନିର୍ମାଣ ହେବାକୁ ଯୋଜନା ରହିଛି।ତେବେ ବାଟ ରେ ପୁରୀ- କୋଣାର୍କବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ପଡୁଥିବାରୁ ଏହି ରାସ୍ତା ବୁଲାଣି ହୋଇ ଯିବାକୁ ମ୍ୟାପ ରେ ଦର୍ଶାଯାଇଛି। ରାସ୍ତା ର ସମ୍ପୂର୍ଣ୍ଣ ମ୍ୟାପ ପ୍ରସ୍ତୁତ ହୋଇଜାତୀୟ ରାଜପଥ ମନ୍ତ୍ରଣାଳୟ କୁପ୍ରଦାନ କରାଯାଇଛି। ଭାରତ ମାଳା ପରିଯୋଜନା ରେ ବିଭିନ୍ନ ରାଜ୍ୟ ସରକାର ଙ୍କ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇ ରାସ୍ତା କାର୍ଯ୍ୟ ଚାଲୁ ରହିଛି।ଏବେ ଓଡ଼ିଶା ର ସାତପଡ଼ା, କୋଣାର୍କ, ଅସ୍ତରଙ୍ଗ, ନୂଆଗାଁ ଦେଇପାରାଦୀପ ବନ୍ଦର ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଥି ପାଇଁ କୋଣାର୍କ ନିକଟସ୍ଥ ବିଭିନ୍ନ ମୌଜା ର ଜମି ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ଏହି ଜମି ଗୁଡ଼ିକୁ ଅଧିଗ୍ରହଣ କରାଯିବା ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ। ସୂଚନା ଯୋଗ୍ୟ କି,ଭାରତମାଳା ପରିଯୋଜନା ମାଧ୍ୟମ ରେ ଦେଶ ର ୫୫୦ ଟି ଜିଲ୍ଲା ମୁଖ୍ୟାଳୟ କୁ ୪ଲେନ ବିଶିଷ୍ଟ ଜାତୀୟ ରାଜପଥ ମାଧ୍ୟମ ରେ ସଂଯୋଗ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ରାସ୍ତା ନିର୍ମାଣ ହେଲେ ପୁରୀ ଜିଲ୍ଲାର ଅସ୍ତରଙ୍ଗ,କାକଟପୁର, କୋଣାର୍କ, ସାତପଡ଼ା ପ୍ରଭୁତି ଅଞ୍ଚଳ କୁ ବହୁ ପର୍ଯ୍ୟଟକ ଆସିବାକୁ ସୁଯୋଗ ପାଇ ପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ