ମା ମଙ୍ଗଳା ଙ୍କ ପୂଜାପଣ୍ଡାଙ୍କ ପରଲୋକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜାପଣ୍ଡା,ବରିଷ୍ଠ ସେବାୟତ,ତଥା ସେବକ ନରେନ୍ଦ୍ର କୁମାର ଦୀକ୍ଷିତଙ୍କ ୬୫ ବର୍ଷ ବୟସରେ କଟକସ୍ଥିତ ଏକ ଘରୋଇ ମେଡିକାଲରେ ପରଲୋକ ହୋଇଯାଇଛି lସେ ଦୀର୍ଘ ୧ ବର୍ଷ ହେବ ଶାରୀରିକ ଅସୁସ୍ଥତା ରେ ଥିଲେ l ହଠାତ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା,ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ଘଟିଥିଲା l ତାଙ୍କ ମରଶରୀର କାକଟପୁର ସ୍ଥିତ ନିଜସ୍ୱ ବାସଭବନରେ ପହଁଞ୍ଚିବା ପରେ ଶେଷ ଦର୍ଶନ କରିବାକୁ ଶୁଭେଛୁ, ବନ୍ଧୁପରିଜନ ,ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ଦେବରାଜ ଦୀକ୍ଷିତ, ରୁଦ୍ର ନାରାୟଣ ଦୀକ୍ଷିତଙ୍କ ସମେତ ଅନେକ ସେବାୟତ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଅମର ଆତ୍ମା ର ସଦଗତି କାମନା କରିଥିଲେ l ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ,ବଡପୁଅ ହରିହର, ମଝିଆଁ ପୁଅ ଉମାଶଙ୍କର, ସାନପୁଅ ଭବାନୀଶଙ୍କର ଓ ୨ ବୋହୁ ଉପସ୍ଥିତ ଥିଲେ l ପରେ ତାଙ୍କର ମରଶରୀରକୁ ଏକ ବିରାଟ ପଟୁଆରର ଗ୍ରାମ୍ୟ ଶ୍ମଶାନ କୁ ନିଆଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡପୁତ୍ର ହରିହର ମୁଖାଗ୍ନି ଦେଇଥିବାବେଳେ ୨ ପୁତ୍ର ବନ୍ଧୁ ପରିଜନ ଉପସ୍ଥିତ ଥିଲେ l ତାଙ୍କର ମୃତ୍ୟୁରେ ସାରା କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ମା ମଙ୍ଗଳା ଙ୍କ ର ଜଣେ ନୈଷ୍ଠିକ ପୂଜାପଣ୍ଡା ଥିଲେ।


