୫ଟି ବିଦ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୋଦର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଚାରିଛକ ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ୫ଟି ବିଦ୍ୟାଳୟ ରେ ରୂପାନ୍ତରିତ ହୋଇଛି । ଆଜି ଉକ୍ତ ଦୁଇଟି ବିଦ୍ୟାଳୟ କୁ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନ କରି ୫ଟି ଯୋଜନାରେ ହୋଇଥିବା ରୂପାନ୍ତର କାର୍ଯ୍ୟର ତଦାରଖ କରିଥିଲେ ।ମନ୍ତ୍ରୀ ଙ୍କ ସହିତ ନିମାପଡ଼ା ବ୍ଲକ ଅଧକ୍ଷ ଶଙ୍କର ଭୋଇ ଉପସ୍ଥିତ ଥିଲେ ।ଭୋଦର ଠାରେ ମନ୍ତ୍ରୀ ପହଞ୍ଚିବା ପରେ ପଞ୍ଚାୟତ ବିଜେଡ଼ି ସଭାପତି ରାମ ରମଣ ଦେବପାତ୍ର ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମନ୍ତ୍ରୀ ଙ୍କୁ ପାଛୋଟି ନେଇଥିଲେ ।ମନ୍ତ୍ରୀ ସ୍କୁଲ୍ ରେ କିପରି ପାଠପଢା ହେଉଛି ଅନୁଧ୍ୟାନ କରିଥବାବେଳେ ଅନ୍ନପୂର୍ଣ୍ଣା ସ୍କୁଲରେ ପହଞ୍ଚି ପରିଦର୍ଶନ କରିଥିଲେ । ଭୋଦର ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ଡେ ଡି ରାୟ ସ୍କୁଲ୍ ରେ ରହିଥିବା ଶିକ୍ଷକ ଅଭାବ ସମ୍ପର୍କରେ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ