ଦୁର୍ଗାମାଧବ ଜୁଏଲର୍ସର ସିଜନ ୩ ଉତ୍ସବ

କେନ୍ଦ୍ରାପଡା : ସହରର ନୂଆବସଷ୍ଟାଣ୍ଡ ସ୍ଥିତ ଦୁର୍ଗାମାଧବ ଜୁଏଲର୍ସର ସିଜନ – ୩ ଉତ୍ସବ ଅବସରରେ ତା’ର ଶତାଧିକ ଗ୍ରାହକମାନଙ୍କୁ ନେଇ ସ୍ଥାନୀୟ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଶନିିବାର ସଂନ୍ଧ୍ୟାରେ ଓପନ ସିଜ୍‌ନ – ୩ କୋନ ବନେଗା ଲକ୍ଷପତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦୁର୍ଗାମାଧବ ଜୁଏଲର୍ସରୁ ସୁନା ଗହଣା କିଣି କୁପନ ପାଇଥିବା ଗ୍ରାହକମାନଙ୍କ ନିମନ୍ତେ ସେହି କୁପନ ଗୁଡିକୁ ନେଇ ଏକ ଲକି ଡ୍ରର ଉଠାଣ ହୋଇଥିଲା । ସେହି ଲକି ଡ୍ର ମାଧ୍ୟମରେ ପ୍ରଥମ ପୁରସ୍କାର ବିଜେତା ଯାଜପୁର ଜିଲ୍ଲାର ଗମୁଁ ଗ୍ରାମର ପ୍ରୀତିରଞ୍ଜନ ପରିଡାଙ୍କୁ ଏକଲକ୍ଷ ଟଙ୍କାର ଚେକ ଦୁର୍ଗାମାଧବ ଜୁଏଲର୍ସର ମାଲିକ ବସନ୍ତ କୁମାର ସାହୁଙ୍କ ମା” ସରସ୍ୱତୀ ସାହୁ ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ବିଜେତା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଂଚାୟତର ବିରନିଳକଣ୍ଠପୁର ଗ୍ରାମର ଚିନ୍ମୟୀ ପଣ୍ଡାଙ୍କୁ ୩୨”ଇଂଚ ଏଲ.ଇ.ଡି. ଟିଭି ପ୍ରଦାନ କରାଯାଇଥିବା ବେଳେ ତୃତୀୟ ବିଜେତା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଡରାର ରଜନୀକାନ୍ତ ମଲ୍ଲିକଙ୍କୁ ରେଫ୍ରିଜିରେଟର ପ୍ରଦାନ କରାଯାଇଥିଲା । ଏଥିସହିତ ଲକି ଡ୍ର ଦ୍ୱାରା ୧୭ଜଣ ଗ୍ରାହକଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ଭାବେ ୪ହଜାର ଟଙ୍କାର ଗିଫ୍ଟ ଓ ୧୦ଜଣ ଗ୍ରାହକଙ୍କୁ ୧୦ଟି ନିଶ୍ଚିତ ପୁରସ୍କାର ପ୍ରଦାନ କରାଯାଇଥିଲା । ଦୁର୍ଗାମାଧବ ଜୁଏଲର୍ସରୁ ସୁନାଗହଣା କିଣି ମୁଖ୍ୟ ଆକର୍ଷଣ ୧୫ହଜାର ପଏଁଟ ହାସଲ କରି କଜଳାର ରାଜକିଶୋର ସାହୁ ୧୫ଗ୍ରାମ ଓଜନର ସୁନା କଏନ ଜିତିିଥିବା ବେଳେ ୧୦ହଜାର ପଏଁଟ ହାସଲକରି ପଟ୍ଟାମୁଣ୍ଡାଇର ଦୀପକ କୁମାର ସାହୁ ୧୦ଗ୍ରାମ ଓଜନର ସୁନା କଏନ ଜିତିଥିଲେ । ଏହି କାର୍ଯ୍ୟକ୍ରମକୁ ଦୁର୍ଗାମାଧବ ଜୁଏଲର୍ସର ପ୍ରଶାନ୍ତ କୁମାର ସାହୁ, ଶ୍ରୀକାନ୍ତ କୁମାର ସାହୁ, ଜୟନ୍ତ କୁମାର ସାହୁ, ହେମନ୍ତ କୁମାର ସାହୁ ଓ ବସନ୍ତ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଉପଲକ୍ଷେ କଟକ ଝାଞ୍ଜିରମଙ୍ଗଳାସ୍ଥିତ ରକଷ୍ଟାର ଅର୍କେଷ୍ଟା ର କଳାକାର ମାନସୀ ସାହୁ, ସୈାମ୍ୟା ଦାସ, ଶାନ୍ତନୁ ପଣ୍ଡା ପ୍ରମୁଖ ସାଂସ୍କୃତିକ ବିଚିତ୍ରା ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଦେଇଥିବା ବେଳେ ଘୋଷକ ଭାବେ ଉମାକାନ୍ତ ଜେନା ଓ ସୁଦିପ୍ତା କରଙ୍କ ଆକର୍ଷଣୀୟ ମଂଚ ପରିଚାଳନା ସମସ୍ତଙ୍କୁ ଏକ ନୂତନ ଉନ୍ମାଦନା ପ୍ରଦାନ କରିଥିଲା । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ଜୀବନ କୁମାର ସିଂ, ଦୁର୍ଯ୍ୟୋଧନ ଜେନା, ମନୋଜ କୁମାର ସ୍ୱାଇଁ, ସନ୍ତୋଷ କୁମାର ପଣ୍ଡା, ବିରେନ କୁମାର ଦାସ ପ୍ରମୁଖ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ବୀତରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ