ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍):କେନ୍ଦୁଝର ଜିଲା ଯୋଡା ଥାନାଠାରୁ ଅନତି ଦୂର ତଥା ୫୨୦ ନଂ ଜାତୀୟ ରାଜପଥର ରଣାଶାଳ ଘାଟି କାଳିମନ୍ଦିର ନିକଟରେ ଏକ ବାଇକକୁ ୧୨ ଚକିଆ ଟ୍ରକ ଧକା ଦେବାରୁ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛିଯେ, ରବିବାର ରାତି ପ୍ରାୟ ୬.୩୦ ମିନିଟ ସମୟରେ ବଲାଣୀ ଅଂଚଳର ହରେକୃଷ୍ଣ ଦାସ ତାଙ୍କ ପତ୍ନୀ ଓ ୨ଛୁଆଙ୍କ ସହିତ ବାଇକ୍ ନଂ ଓଡି୦୯ କେ ୨୭୯୨ ରେ ଯୋଡାରୁ ତାଙ୍କ ଘର ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ୧୨ ଚକିଆ ଟ୍ରକ ନଂ ଓଡି ୧୬ ସି ୭୬୯୬ ବାଇକଟିକୁ ଧକା ଦେଇଥିଲା । ଫଳରେ ଟ୍ରକଟି ବାଇକ୍ ଆରୋହୀ ହରେକୃଷ୍ଣ ଦାସଙ୍କ ଗୋଡ ଉପରେ ଚଢିଯାଇଥିବା ବେଳେ ଅନ୍ୟମାନେ ବର୍ତି ଯାଇଥିଲେ । ଗୁରୁତର ଆହତ ଅବସ୍ଥାରେ ହରେକୃଷ୍ଣ ଦାସଙ୍କୁ ପ୍ରଥମେ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ସେଠାରୁ ଚମ୍ପୁଆ ସରକାରୀ ଡାକ୍ତରଖାନା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିବା ସୂତ୍ରରୁ ଖବର ମିଳିଛି । ପୋଲିସ ଘଟଣାସ୍ଥଳରେ ପହନଚି ଟ୍ରକଟିକୁ ଜବତ କରିବା ସହିତ ଟ୍ରକର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।


