ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ବନ୍ୟଜନ୍ତୁ ସୁରକ୍ଷା ଆଲୋଚନା ଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଗ୍ରଣୀ ସାମାଜିକ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରସ୍ଥ ଉତ୍କଳ ସାମ୍ବାଦିକ ସଂଘ ଭବନରେ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର କହିଥିଲେ ଯେ, ବନ୍ୟ ଜନ୍ତୁ ଆମ ପୃଥିବୀର ଅମୂଲ୍ୟ ସମ୍ପଦ । ଅନୁଷ୍ଠାନର ସମ୍ପାଦିକା ଡଃ ସୁକାନ୍ତୀ ମିଶ୍ର ଏଥିରେ ଭାଗ ନେଇ କହିଥିଲେ ଯେ, ପ୍ରକୃତିକୁ ରକ୍ଷା କରିବା ଆମ ମାନଙ୍କ କର୍ତବ୍ୟ । ବନ୍ୟପ୍ରାଣୀ ଆମ ଜୀନର ଅଙ୍ଗ ପରି । ଏଥି ପାଇଁ ଯୁବକମାନେ ଆଗେଇ ଆସିବା ଉଚିତ ବୋଲି ଶ୍ରୀମତି ମିଶ୍ର କହିଥିଲେ । ଏହି ଆଲୋଚନାରେ ଭାଗ ନେଇ ଯୁବ ପରିବେଶବିତ୍ ଡ. ଲିଙ୍ଗରାଜ ସାହୁ କହିଥିଲେ ଯେ ପରିବେଶକୁ ସୁସ୍ଥ ରଖିବାରେ ବନ୍ୟଜନ୍ତୁଙ୍କ ଭୂମିକା ଅଧିକ । ଅଧୁନା ବ୍ୟାପକ ବୃକ୍ଷରୋପଣ ତଥା ଜଙ୍ଗଲ ସୁରକ୍ଷା ଦ୍ୱାରା ବନ୍ୟଜନ୍ତୁଙ୍କ ସୁରକ୍ଷା ହୋଇପାରିବ । ଏଥି ପାଇଁ କେବଳ ଆଲୋଚନା ଓ ଜାଣି ଚୁପ୍ ବସିବା ନୁହେଁ ନିଜ ଆଡ଼ୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବାକୁ ପଡ଼ିବ । ଅନ୍ୟମାନଙ୍କ ମଧ୍ୟରେ ଲାୟନ ବିପିନ ବିହାରୀ ନାୟକ, ଡଃ ଶିବ ପ୍ରସାଦ ବେହେରା, ଡଃ ଅଜୟ କୁମାର ସାହୁ, ମୁନା ପାଢୀ, ରବୀନ୍ଦ୍ରନାଥ ରାଉତରାୟ, ଗୋଲକ ବିହାରୀ ସିଂହ, ଦିବ୍ୟଜୌତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବାଳକୃଷ୍ଣ ରାଉତ ଓ ମିଲନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଆଲୋଚନାଚକ୍ରରେ ବହୁ ପରିବେଶବିତ୍‌, କୃଷି ବିଜ୍ଞାନୀ, ଗବେଷକ, ଛାତ୍ରଛାତ୍ରୀ, ସାମାଜିକ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ