ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଆକ୍ରମଣ : ରାଜନୈତିକ ଶତ୍ରୁତା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଙ୍କୁ ରାଜନୈତିକ ଶତ୍ରୁତା ଯୋଗୁଁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ବର୍ତ୍ତମାନ ଶ୍ରୀ ଜେନା ବିପଦ ମୁକ୍ତ ଥିବା ଜଣାପଡିଛି। ସେପ୍ଟେମ୍ବର ୧୭ ତାରିଖ ଦିନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା କାଇକ ଯୋଗେ ବୁଗୁଡ଼ାରୁ ନିଜ ଗ୍ରାମ ତାଳସାକର କୁ ଫେରିବା ସମୟରେ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ବୁରୁଝୋଳା ନିକଟରେ ଆକ୍ରମଣ ହୋଇଥିଲା। ଦୁର୍ବତ୍ତମାନଙ୍କ ଆକ୍ରମଣରେ ଶ୍ରୀ ଜେନାଙ୍କ ମୁଣ୍ଡ ଓ ବାମ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ଡାହାଣ ଗୋଡ଼ର ହାଡ ଭାଙ୍ଗି ଯାଇଛି। ବର୍ତ୍ତମାନ ଶ୍ରୀ ଜେନା ବ୍ରହ୍ମପୁର ଏମ.କେ.ସି.ଜି. ମେଡ଼ିକାଲ କଲେଜ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେପ୍ଟେମ୍ବର ୧୮ ତାରିଖ ଦିନ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମେଡ଼ିକାଲକୁ ଯାଇ ଆହତ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନାଙ୍କ ଭେଟି ସମବେଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥିସହ ଡାକ୍ତରଙ୍କ ସହ ଶ୍ରୀ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ଗଙ୍ଗାପାଣି ଜେନା ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ବୁଗୁଡା ପୋଲିସ ଥାନାରେ ବର୍ତ୍ତମାନ ସୁଦ୍ଧା ଅଭିଯୋଗ ହୋଇନଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ