ଜାଲ ସାର୍ଟିଫିକେଟରେ ଚାକିରୀ: ଗିରଫ ହେଲେ ଶିକ୍ଷକ

ପୋଲସରା, (ଅନିଲ କୁମାର ମହାରଣା):ଜାଲ ସାର୍ଟିଫିକେଟରେ ଦେଇ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ସୋରଡ଼ ନୋଡ଼ାଲ ହାଇସ୍କୁଲରେ ଚାକିରୀ କରିଥିବା ଜଣେ ଶିକ୍ଷକଙ୍କୁ ପୋଲସରା ପୋଲିସ ଗିରଫ କରିଥିବା ଜଣାପଡିଛି। ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକରି କରୁଥିବା ନେଇ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସାର୍ଟିଫିକେଟ ଯାଞ୍ଚ ହୋଇଥିଲା। ପୋଲସରା ବ୍ଲକରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ନେଇ ସୂଚନା ଅଧିକାର ଆଇନ ଅନୁଯାୟୀ ସାମାଜିକ କର୍ମୀ ତଥ୍ୟ ମାଗିଥିଲେ। ଏହା ଜାଣିବା ପରେ ସୋଡ଼କ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଇଲିମେଣ୍ଟରୀ ସେକ୍ସନରେ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା କିରଣ ଜେନା ପ୍ରାୟ ଏକ ବର୍ଷ ପୂର୍ବେ ନିଜର ଇସ୍ତଫା ପତ୍ର ପ୍ରଦାନ କରି ଚାଲିଯାଇଥିଲେ। ବିଇଓ ଅଫିସ ଅଫିସ ପକ୍ଷରୁ ଅଭିଯୋଗ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ନିକଟକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ସୋରଡ଼ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦବୀରୁ ଇସ୍ତଫା ଦେଇଥିବା କିରଣ ଜେନାଙ୍କ ସାର୍ଟିଫିକେଟ ଜାଲ ବୋଲି ଏକ ମାସ ପୂର୍ବରୁ ବିଇଓ ଅଫିସକୁ ପତ୍ର ଆସିଥିଲା। କିରଣ ଜେନା ଆନ୍ଧ୍ର ପ୍ରଦେଶର ତିରୁପତି ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଦେଇଥିବା ବେଳେ ତାହା ନକଲି ବୋଲି ତିରୁପତି ବିଶ୍ୱବିଦ୍ୟାଳୟ ଜଣାଇଥିଲେ। ଏମଧ୍ୟରେ ଭିଜିଲାନ୍ସ ବିଭାଗ ପୋଲସରା ବିଇଓ ଅଫିସରେ ଯାଞ୍ଚ କରିବା ପରେ ବିଇଓ କାଳୀ ଚରଣ ବେହେରା ପୋଲସରା ଥାନାରେ କିରଣ ଜେନାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୩୫୯/୨୨ ପ୍ରକାଶରେ ଏକ ମାମଲା ରୁଜୁ ହୋଇଥିଲା। ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରୀ କରିଥିବା କିରଣ ଜେନାନ୍କଜ, ତାଙ୍କର ନିଜ ଗ୍ରାମ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବି.ଡି.ପୁର ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାଲ ସାର୍ଟିଫିକେଟ ଦେଇ ଚାକରି କରି ଶିକ୍ଷକ ପଦବୀରୁ ପ୍ରାୟ ବର୍ଷେ ପୂର୍ବରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜର କୁକର୍ମ ପାଇଁ କିରଣ ଜେନା ବର୍ତ୍ତମାନ କୋଦଳା ଜେଲରେ ଜୀବନ ବିତାଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ