ଦିବ୍ୟାଙ୍ଗ ଲକ୍ଷ୍ମୀ ଙ୍କୁ ମିଳିଲା ସିଲାଇ ମେସିନ। ପ୍ରତିଶ୍ରୁତି ରକ୍ଷା କଲେ ସ୍ଵାଧୀନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅବଦାନ ପଞ୍ଚାୟତ ର ଯଦୁପୁର ଗ୍ରାମ ର। ଦିବ୍ୟାଙ୍ଗ ଲକ୍ଷ୍ମୀ ଙ୍କୁ ମିଳିଛି ବିଦ୍ୟୁତ ଚାଳିତ ସିଲାଇ ମେସିନ। ତାଙ୍କ ଖୁସି କହିଲେ ନ ସରେ। ଘଟଣା ରୁ ପ୍ରକାଶ ଯେ, ଗତ ପଞ୍ଚାୟତ ନିର୍ବାଚନ ସମୟରେ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା କାକଟପୁର ଅଂଚଳର
ଯୁବ ନେତା ସ୍ଵାଧୀନ କୁମାର ନାୟକ ଉକ୍ତ ଗ୍ରାମ କୁ ନିର୍ବାଚନ ପ୍ରଚାର ରେ ଯାଇଥିବା ବେଳେ ଉକ୍ତ ଗ୍ରାମ ର ସ୍ୱର୍ଗତ ଧ୍ରୁବ ମୁଦୁଲି ଙ୍କ ଝିଅ ଦିବ୍ୟାଙ୍ଗ ଲକ୍ଷ୍ମୀ ତାଙ୍କୁ ସାକ୍ଷାତ କରି ନିଜର ଓ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କୁ ଏକ ସିଲାଇ ମେସିନ ପ୍ରଦାନ କରିବାରୁ ଅନୁରୋଧ କରିଥିଲେ। ନିର୍ବାଚନ ପରେ ଶ୍ରୀ ନାୟକ ତାଙ୍କୁ ସିଲାଇ ମେସିନ ଟିଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି କୁ ପୂରଣ କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ। ମଙ୍ଗଳବାର ଦିନ ଶ୍ରୀ ନାୟକ ଅବଦାନ ପଞ୍ଚାୟତ ର ସମିତି ସଭ୍ୟା ଶାନ୍ତି ପ୍ରିୟା ପଣ୍ଡା, ଲକ୍ଷ୍ମୀପ୍ରିୟା ସେଣ ଙ୍କ ସହିତ ଯଦୁପୁର ଗ୍ରାମ ରେ ପହଞ୍ଚି ଦିବ୍ୟାଙ୍ଗ ଲକ୍ଷ୍ମୀ ଙ୍କୁ ଏକ ବିଦ୍ୟୁତ ଚାଳିତ ସିଲାଇ ମେସିନ ପ୍ରଦାନ କରିଥିଲେ। ସିଲାଇ ମେସିନ ଟିଏ ପାଇ ଲକ୍ଷ୍ମୀ ଯେତିକି ଖୁସି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ବଦାନ୍ୟତା ଓ ପ୍ରତିଶ୍ରୁତି ରକ୍ଷା କୁ ନେଇ ସମଗ୍ର କାକଟପୁର ନିର୍ବାଚନ ମଣ୍ଡଳୀ ରେ ସେତିକି ଚର୍ଚ୍ଚା ହେଉଛି।