ଘାଗରା ପଞ୍ଚାୟତର ମାର୍କେଟ କମ୍ପେ୍ଲକ୍ସକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରା ପଞ୍ଚାୟତରେ ୧୯୮୫ ମସିହାରେ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ୧୦ଟି କୋଠରୀ ବିଶିଷ୍ଟ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା । ସେହି କୋଠରୀଗୁଡିକରେ ପଞ୍ଚାୟତ ପକ୍ଷରୁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ସେହି ମାର୍କେଟ କମ୍ପେ୍ଲକ୍ସକୁ ପାନୀୟ ଜଳ ଏବଂ ବିଦ୍ୟୁତ ଯୋଗାଣ ହୋଇନପାରିବାରୁ ସେହି ମାର୍କେଟ କମ୍ପେ୍ଲକ୍ସଟି ଅବ୍ୟବହୃତ ଅବସ୍ଥାରେ ପଡିରହି ନଷ୍ଟ ହେବା ଅବସ୍ଥାକୁ ଆସିଯାଇଥିବା ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ସେହି ମାର୍କେଟ କମ୍ପେ୍ଲକ୍ସର ସବୁ ଦୋକାନ ଘରର କବାଟ ଝରକା ଭାଙ୍ଗି ଚୋରି କରି ନେଇଯାଇଥିବା ଦେଖିବାକୁ ମିଳିଛି । ସେହି ଅବ୍ୟହୃତ ମାର୍କେଟ କମ୍ପେ୍ଲକ୍ସ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିଲା । କିନ୍ତୁ ସେହି ମାର୍କେଟ କମ୍ପେ୍ଲକ୍ସ ୩୭ବର୍ଷ ପରେ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଭାଙ୍ଗିଯାଇଥିବା ଦୋକାନ ଘରଗୁଡିକୁ ୪ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯାଇଥିବା ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକାଶ । ସେହି ଦୋକାନ ଗୃହଗୁଡିକ ପ୍ରାୟ ବର୍ଷେ ହେବ ମରାମତି ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସେହି ସବୁ ଦୋକାନ ଗୃହ ଗୁଡିକୁ ପାଣି କିମ୍ବା ବିଦ୍ୟୁତ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ତେଣୁ ସେହି ମାର୍କେଟ କମ୍ପେ୍ଲକ୍ସକୁ ପାଣି ଓ ବିଦ୍ୟୁତ ଯୋଗାଣ କରାଯାଇ ସେଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଘାଗରା ସରପଞ୍ଚ ଏବଂ ସମିତି ସଭ୍ୟ ନିୟନ୍ତ୍ରିତ ବଜାର କମିଟି ସଭାପତି ତଥା ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ