ହୃତ୍‌ପିଣ୍ଡକୁ ସୁସ୍ଥରଖେ ରସୁଣ ଚା’

ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦ୍‌ଘାତଜନିତ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଛି । ତେଣୁ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ଜରୁରୀ ହୋଇପଡ଼ିଛି । ଏଥିପାଇଁ ଆୟୁର୍ବେଦରେ ବର୍ଣ୍ଣିତ କେତେକ ଉପଚାରକୁ ଗ୍ରହଣ କଲେ ହୃତ୍‌ପିଣ୍ଡ ସୁସ୍ଥ ରହିପାରିବ । ମହୁ ସହ ରସୁଣ ଚା କରି ପିଇବା ଅତି ଉପାଦେୟ । ଏକ କପ୍ ଗାର୍ଲିକ ଟି ପାଇଁ ଦୁଇରୁ ତିନି କୋଲା ରସୁଣକୁ ଛେଚି ଗରମ ପାଣିରେ ଫୁଟାଇ ସେଥିରେ ମହୁ ମିଶାଇ ପିଇଲେ ହୃଦ୍‌ରୋଗ ସମ୍ଭାବ ବନା କମିଥାଏ । ଏହା ସହ ଶରୀରର ମେଦ ବହୁଳତା ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ରସୁଣ ଚା’ ଓ ଏହାର ଫାଇଦା ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ରସୁଣ ଚା ତଥା ଗାର୍ଲିକ ଟିକୁ ପାୱାରଫୁଲ ଟନିକ୍ କୁହାଯାଏ । ଯାହା କଫ ଓ ଥଣ୍ଡା ଦୂର କରିବାରେ ସାହାଯ୍ୟ କରେ । ଅନେକ ସର୍ଭେ ଦ୍ୱାରା ଜଣାପଡ଼ିଛି ଯେ, ରସୁଣ ଚା’ ପିଇଲେ ହୃଦରୋଗ ହୁଏ ନାହିଁ । ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ କମ୍ କରେ । ରିପୋର୍ଟ ଅନୁସାରେ ଏହା ମେଟାବଲିଜିମ୍ ଓ ପାଚନ ପ୍ରକ୍ରିୟା ସଠିକ୍ ରଖିବାରେ ସାହାଯ୍ୟ କରେ । କେବଳ ସେତିକି ନୁହେଁ, ରସୁଣ ମାଉଥ ଅଲସର, ପେଟ କ୍ୟାନ୍ସର ଭଳି ସମସ୍ୟା ମଧ୍ୟ ଦୂର କରେ । ସାଧାରଣତଃ ଲୋକେ ବର୍ଷା ଓ ଶୀତ ଦିନରେ ଚା’ ପିଇବାର ମଜା ନିଅନ୍ତି । ଶୀତ ଦିନରେ ଥଣ୍ଡା, କଫ, ଜ୍ୱର ଭଳି ରୋଗ ଲୋକଙ୍କୁ ଅଧିକ ହୋଇଥାଏ । ଏହା ସହ ଫ୍ଲୁର ସମସ୍ୟା ମଧ୍ୟ ରହେ । ତେବେ ଶରୀରକୁ ରୋଗମୁକ୍ତ କରିବା ପାଇଁ ରସୁଣ, ଅଦା, ଗୋଲମରିଚ ଗୁଣ୍ଡ ଥିବା ଗରମ ଖାଦ୍ୟ ଖାଇବା ଓ ପିଇବା ଜରୁରୀ । ସୂଚନାଯୋଗ୍ୟ ଯେ, ଥଣ୍ଡା ଓ କଫ ଭଳି ସ୍ଥିତିରୁ ବଞ୍ଚିବା ପାଇଁ ରସୁଣ ଚା’ ପିଇବା ଲାଭଦାୟକ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ