୧୪ ଟି ଫାଇଭ ଟି ବିଦ୍ୟାଳୟ ର ସ୍ୱତନ୍ତ୍ର ସମୀକ୍ଷା ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକରେ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ନବୀକରଣ ହୋଇଥିବା ୧୪ ଗୋଟି ଫାଇଭ ଟି ସ୍ମାର୍ଟ କ୍ଳାସ ବିଦ୍ୟାଳୟର ସ୍ୱତନ୍ତ୍ର ସମୀକ୍ଷା ବୈଠକ ସେପ୍ଟେମ୍ବର ୨୧ ତାରିଖ ଦିନ ପୋଲସରା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଇଓ କାଳୀ ଚରଣ ବେହେରା, ଏବିଇଓ ତଥା ବିଆରସିସି ସ୍ୱରୂପ କୁମାର ପାତ୍ର, ବ୍ଲକ ସହକାରୀ ଯନ୍ତ୍ରୀ ଭିକାରୀ ଚରଣ ଖଣ୍ଡୁଆଳ ଙ୍କ ସମେତ ୧୪ ଟି ଫାଇଭ ଟି ସ୍ମାର୍ଟ କ୍ଳାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ୧୧ ଜଣ ସିଆରସିସି ଯୋଗ ଦେଇଥିଲେ। ପ୍ରଥମେ ବୈଠକରେ ୧୪ ଗୋଟି ବିଦ୍ୟାଳୟର ଅଭାବ ଅସୁବିଧା ଓ ବକେୟା ଥିବା କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା। ଏହାପରେ ବିଦ୍ୟାଳୟର ଶିକ୍ଷାଦାନ ବିଷୟରେ ଆଲୋଚନା ହୋଇଥିଲା। ବିଦ୍ୟାଳୟରେ ପାଠାଗାରର ବ୍ୟବହାର, ବିଜ୍ଞାନ ପ୍ରଯୋଗଶାଳାର ବ୍ୟବହାର, ଇଣ୍ଟରନେଟର ବ୍ୟବସ୍ଥା , ପାନୀୟ ଜଳଯୋଗାଣ ପ୍ରଭୃତି ବିଷୟ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦଙ୍କ ସହ ଆଲୋଚନା ହୋଇଥିଲା। ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ସମୀକ୍ଷା ବୈଠକ ହେବବୋଲି ବିଡ଼ିଓ ତଥା ସମୀକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ମୁର୍ମୁ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ