ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୯୩ତମ ମନ କି ବାତ ଶୁଣିଲେ କାର୍ଯ୍ୟକର୍ତ୍ତା
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଜେଲ ରୋଡ ସ୍ଥିତ ସଦର ବିଜେପି କାର୍ଯ୍ୟାଳୟ ଠାରେ ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି । ୧୯୫୧ ମସିହାରେ ଡ଼ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସହ ମିଶି ଭାରତୀୟ ଜନସଂଘର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ଏକାଧାରରେ ଜଣେ ଜଣାଶୁଣା ଚିନ୍ତକ, ଦାର୍ଶନିକ, ଏକାତ୍ମ ମାନବବାଦର ପ୍ରବକ୍ତା, ତେଜସ୍ୱୀ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ଏବଂ ରାଷ୍ଟ୍ରନାୟକ ଥିଲେ । ସେ ନିଜର ଅଖଣ୍ଡ ପ୍ରବାସ ଓ ଅଧ୍ୟୟନରୁ ଭାରତବର୍ଷକୁ ବୈଭବଶାଳୀ କରିବା ପାଇଁ ବ୍ୟକ୍ତି, ସମାଜ, ସୃଷ୍ଟି ଓ ପରମେଷ୍ଟୀ ସମନ୍ୱୟରେ ଉଦ୍ଧୃତ ଏକାତ୍ମ ମାନବବାଦର ଦର୍ଶନ ଭାରତବର୍ଷକୁ ଦେଇଥିଲେ । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ଭାରତବର୍ଷର ଅର୍ଥନୈତିକ ବିକାଶର ଦିଗ, ରାଷ୍ଟ୍ରୀୟ ଜୀବନର ଦିଗ ଆଜିବି ପ୍ରତ୍ୟେକଟି ନେତୃତ୍ୱକୁ ପ୍ରେରଣା ଦେଉଛି । ରାଷ୍ଟ୍ର ସଶକ୍ତ ନହେଲେ ସ୍ୱତନ୍ତ୍ରତାର ମୂଲ୍ୟ କିଛି ନାହିଁ ବୋଲି ସବୁବେଳେ କହୁଥିଲେ । ସମାଜର ଅନ୍ତିମ ପାହାଚରେ ଥିବା ବ୍ୟକ୍ତିଟି ଉନ୍ନତି ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ । ତେଣୁ ରାଷ୍ଟ୍ରସେବାରେ ସମସ୍ତ ଭାରତୀୟ ନିଜକୁ ସମର୍ପଣ କରିବା ସହିତ ଭାରତବର୍ଷର ଏକତା, ଅଖଣ୍ଡତା ଓ ଭାତୃତ୍ୱକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲା । ସେ ତାଙ୍କର ନିଜର ସମ୍ପୂର୍ଣ୍ଣ ଜୀବନକୁ ରାଷ୍ଟର ସେବା ପାଇଁ ସମର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ତାଙ୍କ ତ୍ୟାଗ, ସମର୍ପଣ ଭାବକୁ ମନେ ପକାଇ ତାଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୯୩ତମ ମନ କି ବାତ ସମସ୍ତ କାର୍ଯ୍ୟକର୍ତ୍ତା ଶୁଣିଲେ । ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଓଡିଶା ସମେତ ବିଭିନ୍ନ ରାଜ୍ୟର ସଫେଇ କାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କ କାମକୁ ଭୂୟସୀ ପ୍ରଶଂସା କରିଥିଲେ । ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂହ ଜୀଙ୍କ ଜୟନ୍ତୀ ପୂର୍ବରୁ ଚଣ୍ଡିଗଡ ଏୟାରପୋର୍ଟ ନାମ ତାଙ୍କ ନାମରେ ନାମିତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦିଜୀ ମହତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି, ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, କାଉନସିଲର ସସ୍ମିତା ନାଥ, ପ୍ରବୀର ଶଙ୍କର ଦାଶ, ସୁଶାନ୍ତ ବର୍ଦ୍ଧନ, ହରେନ୍ଦ୍ର ପ୍ରଧାନ, କାର୍ତ୍ତିକ ରାଉତ, ପିତାମ୍ବର ଭୂୟାଁ, ସଞ୍ଜୀବ ପ୍ରଧାନ, ପବନ କମିଳା, ସୌଭାଗ୍ୟ ମାନସ ନାୟକ, କାର୍ତ୍ତିକ ନାଥ, ଶ୍ରୀୟା ଦାସ, ସୁସ୍ମିତା ଶୁକ୍ଳା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ଡା, ପ୍ରଜ୍ଞା ପରମିତା ଗିରି, ଶକ୍ତି ଶଙ୍କର ପାଣିଗ୍ରାହୀ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।