ବଡ଼ ଆର୍ଯ୍ୟପଲ୍ଲୀ ଜେଟି ନିକଟ ସମୁଦ୍ର ରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଛତ୍ରପୁର, (ଦେବଦତ୍ତ ମହାରଣା):ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡ଼ ଆର୍ଯ୍ୟପଲ୍ଲୀ ଜେଟି ନିକଟ ସମୁଦ୍ର ବେଳାଭୂମିରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ l ସୋମବାରୁ ସକାଳୁ ସମୁଦ୍ର ନିକଟ ରେ ଏହି ମୃତଦେହ ପଡ଼ିଥିବା ଗୋପାଳପୁର ପୋର୍ଟ ର ଅମିତ ମିଶ୍ର ଦେଖି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା କୁ ଖବର ଦେଇଥିଲେ l ପରେ ଆର୍ଯ୍ୟପଲ୍ଲୀ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ ଜାରି ରଖିଛି l ମୃତ ଦେହ ଟି କାହାର ଜଣା ପଡ଼ିନଥିବା ବେଳେ ସମୁଦ୍ର ରେ ଭାସି ଆସି ଆର୍ଯ୍ୟପଲ୍ଲୀ ଜେଟି ନିକଟ ସମୁଦ୍ର କୁଳ ରେ ଲାଗିଥିବା ସନ୍ଦେହ କରାଯାଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ