ବିକଳାଙ୍ଗ ପ୍ରମାଣ ପତ୍ର ଚିହ୍ନଟ ଶିବିର

ଯୋଡା, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ପରିସରରେ ସୋମବାର ଯୋଡା ବ୍ଲକ ଓ ଯୋଡା ପୌରପାଳିକାକୁ ନେଇ ବିକଳାଙ୍ଗ ପ୍ରମାଣପତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବିକଳାଙ୍ଗ ଚିହ୍ନଟ ଶିବିରକୁ ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ ଓ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ ଉଦଘାଟନ କରିବା ପରେ ବିକଳାଙ୍ଗ ଚିହ୍ନଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଚିହ୍ନଟ ଶିବିରରେ ଡଃ ଟି.ମଲ୍ଲିକ,ଡଃ ଆର.ଆର ଭଞ୍ଜ,ଡଃ ଏନ.ଆର ରଥ,ଡଃ ଏ.ଏମ ଜେନା ଓ ମାନସ କୁମାର ମହାନ୍ତ ପ୍ରମୁଖ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏଥିରେ ଶାରିରୀକ, ମାନସିକ ,ଦୃଷ୍ଟିବାଧକ ,ଶ୍ରବଣ ବାଧକ ତଥା ଶାରିରୀକ ବିକଳାଙ୍ଗ ମାନଙ୍କୁ ସରକାରୀ ଚିକିସôକ ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ । ଯୋଡା ବ୍ଲକର ୧୯ଟି ପଞ୍ଚାୟତ ଓ ଯୋଡା ପୌରପାଳିକାର ୧୪ଟି ୱାର୍ଡର ବିକଳାଙ୍ଗ ମାନେ ଏହି ଚିହ୍ନଟ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ଯୋଡା ବ୍ଲକରେ ହାତ ଓ ଗୋଡ ଅକ୍ଷମ ୩୮ ଜଣ,ମୁକ ଓ ବଧିର ପିଡୀତ ୯ ଜଣ,ମାନସିକ ଅନଗ୍ରସର ୯ ଜଣ,ଚକ୍ଷୁ ପିଡୀତ ୪ ଜଣ,ସମ୍ପୂର୍ଣ୍ଣ ଭିନ୍ନକ୍ଷମ ୨ ଜଣ ସମ୍ପୂର୍ଣ୍ଣ ୬୨ ଜଣ ଚିହ୍ନଟ ହୋଇଥିବା ବେଳେ କୁତ୍ରିମ ଅଙ୍ଗ ନିମନ୍ତେ ୨୫ ଜଣ ଚିହ୍ନଟ ହୋଇଥିବା ଯୋଡା ବ୍ଲକ ସୂତ୍ରରୁ ଜଣାପଡିଛି । ସେହିପରି ଯୋଡା ପୌରପାଳିକାରେ ହାତ ଓ ଗୋଡ ଅକ୍ଷମତା ୧୯ ଜଣ,ମାନସିକ ଅନଗ୍ରସର ୭ ଜଣ,ମୁକ ଓ ବଧିର ୧୯ ଜଣ ଓ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ୧ ଜଣ ଓ ୨ଜଣ କୁତ୍ରିମ ଅଙ୍ଗ ନିମନ୍ତେ ଚିହ୍ନଟ ହୋଇଥିବା ଖବର ମିଳିଛି । ଯୋଡା ଗ୍ରାମାଞ୍ଚଳରୁ ସର୍ବମୋଟ ୮୭ ଜଣ ବିକଳାଙ୍ଗ ଚିହ୍ନଟ ହୋଇଥିବା ବେଳେ ଯୋଡା ସହରାଞ୍ଚଳରୁ ୪୬ ଜଣ ଜଣ ଏହି ବିକଳାଙ୍ଗ ଶିବିରରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପ୍ରମାଣ ପତ୍ର ପରେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବିକଳାଙ୍ଗ ପରିଚୟପତ୍ର,ଭିନ୍ନକ୍ଷମ ବୃତ୍ତି,ଭିନ୍ନକ୍ଷମ ଭତ୍ତା ଓ ସହାୟକ ଉପକରଣ ପ୍ରଦାନ କରାଯିବାର ତାଲିକା ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି । ଏହି ଶିବିର ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିବା ବେଳେ ଶିବିରରେ ଯୋଡା ପୌରପାଳିକାର ସଞ୍ଜୟ କୁମାର ଚାଟାର୍ଡୀ,ଦେବାଶିଷ ଗିରି,ଯୋଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସୁଶ୍ରୀ ସରିତା ବେହେରା,କନିଷ୍ଠ କିରାଣୀ ବନ୍ଦନା ଗିରି,ପ୍ରୋଗ୍ରାମ ଆସିଷ୍ଟାଣ୍ଡ ଲିଲେନ କୁମାର ବାରିକ,ଯୋଡା ବ୍ଲକ ଜିପିଓ କାହ୍ନୁ ମାଝୀ,ଏପିଓ ଭୀମସେନ ମହାନ୍ତ ଓ ିଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ