ବିଦ୍ୟାଳୟ ପରିଚାଳନା ଅନିୟମିତତା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଯିଉରା ଗ୍ରାମପଞ୍ଚାୟତର ଏସ ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକବିଦ୍ୟାଳୟ କୁ ଆସୁଥିବା ସରକାରୀ ଅନୁଦାନ ଭାରାପ୍ରପ୍ତ ପ୍ରଧାନ ଶିକ୍ଷକ ନାର୍ସୁ ସେଠୀ ହେରଫେର କରିଥିବା ଅଭିଯୋଗ ଖବର ପ୍ରକାଶ ପରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏସ ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକବିଦ୍ୟାଳୟ ରେ ପହଂଚିଛନ୍ତି ତଦନ୍ତ କାରୀ ଅଫିସର ଏ ବି ଇ ଓ, ସିମାଞ୍ଚଲ ରଥ,ଶୁକଦେବ ମଳିକ,ସି ଆର, ସି ସି, ଦେବହରି ରଣା, ଶଙ୍କର୍ଷଣ ସେଠୀ ସରକାରୀ ଅନୁଦାନ ଅର୍ଥ ହେରଫେର ତଦନ୍ତ ଆରମ୍ଭ ରୁ ଅଭିଭାବକ ଗ୍ରାମବାସମାନେ ଘେରିଲେ ତଦନ୍ତ କାରୀ ଅଫିସରଙ୍କୁ ଦୀର୍ଘ ୧୬ ବର୍ଷ ର ହିସାବ ମାଗିଥିଲେ। ଏହି ସ୍କୁଲରୁ ଶିକ୍ଷକ ଙ୍କୁ ବାହାର କରିବା ପାଇଁ ଅଡି ବସିଥିଲେ। ତଦନ୍ତ ବେଳେ ଜଣାପଡ଼ିଛି ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନଙ୍କୁ କୌଣସି ପ୍ରକାର ହିସାବ ନାଜଣାଇ କେବଳ ଦସ୍ତଖତ କରିବାକୁ କହୁଥିଲେ ।ଭାରପ୍ରାପ୍ର ଶିକ୍ଷକଏନେଇ ତଦନ୍ତ କାରୀ ଅଫିସରଙ୍କୁ ପୂର୍ବତନ ସଭାପତି ଟୁଟୁ ନାହାକ,କହିଛନ୍ତି। ସହଯୋଗ ତାଲିମ ଶିବିର ନକରି ଜାଲି ଦସ୍ତଖତ କରି ୩୦୦୦ ହଜାର ଟଙ୍କା ନେଇଥିବା ଜଣାପଡିଛି। ପିଲା ଙ୍କ ପୋଷାକ କିଣାରେ ଅନିୟମିତତା କମିଟି ଏବଂ ସଭାପତି ଙ୍କୁ ଜାଣିନଥିବା ତଦନ୍ତ ବେଳେ ଜଣାପଡ଼ିଛି। ପିଲାଙ୍କୁପୋଷାକ ବଣ୍ଟନ ରେ ଦସ୍ତଖତ ମଧ୍ୟ ଜାଲି ବୋଲି ନିଜେ ଏ ବି ଇ ଓ କହିଛନ୍ତି।ଏଭଳି ଅନେକ ଅଭିଯୋଗ ଗ୍ରାମବାସମାନେ କରିଥିଲେ।୧୬ ବର୍ଷ ଗୋଟିଏ ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାର୍ସୁ ସେଠୀ ଦାୟୀତ୍ବ ରେ ରହି ସ୍କୁଲ କୁ ଆସୁଥିବା ସରକାରୀ ଅର୍ଥ ହେରଫେର କରିଥିବା ନେଇ ଏସ ରଘୁନାଥପୁର ଗ୍ରାମରେ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ଶନିବାର ଦିନଏନେଇ ସ୍କୁଲ କୁ ଯାଇଥିଲେ ହିସାବ ତାଳ ମେଳ ହେଉନଥିବା ଜଣାପଡିଥିଲା। ଏସ ଏମ ସି କମିଟି ବୈଠକ ନକରି ଏବଂ ସଭାପତି ଙ୍କ ଅଗୋଚରରେ ଛାତ୍ର ଛାତ୍ରୀ ଙ୍କ ନିମ୍ନ ମାନର ପୋଷାକ ନିଜେ ପ୍ରଧାନ ଶିକ୍ଷକ ଆଣିଥିବା ଅଭିଯୋଗ ଆଣିଲେ ସଭାପତି । ବିଦ୍ୟାଳୟ ରେ ୧୦୮ ଜଣ ଛାତ୍ର ଛାତ୍ରୀ ପଢୁଥିବା ବେଳେ ଉପସ୍ଥାପନ କମ ରହିଥିବା ବେଳେ ମଧ୍ୟ ପୁରା ଉପସ୍ଥାପନ ଦେଖାଇ ମଧ୍ୟାହ୍ନ ଭୋଜନ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ସ୍କୁଲ ସଭାପତି। ଉପସ୍ଥାପନ ରେଜିଷ୍ଟର ରେ ଆପସେଣ୍ଟ ପଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରେଜେଣ୍ଟ କରୁଥିଲେ ଭାରପ୍ରାପ୍ତ ଶିକ୍ଷକ ନାର୍ସୁ ସେଠୀ । ସ୍କୁଲରେ ଥିବା ଆଉ ଚାରିଜଣ ଶିକ୍ଷକ ଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଥିଲେଏନେଇ ବି ଇ ଓ ଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଅଭିଯୋଗ ହୋଇଥିଲା।ପୂର୍ବ ସଭାପତି ଙ୍କ ସମୟରେ ସ୍କୁଲକୁ ମିଳିଥିବା ଅନୁଦାନ ଗାରିମା ଆବାର୍ଡ ୧୦ ହଜାର, ଖେଳ ଉପକରଣ ପାଇଁ୧୦ ହଜାର, କମ୍ପୋଜିଟ ଗ୍ରାଣ୍ଟ ୫୦ ହଜାର ,ଇକୋ କ୍ଲବ ପାଇଁ ୧୦ହଜାର , ଏ ସବୁ ଅର୍ଥ ବୈଠକ ନକରି ନକଲି ଦସ୍ତଖତ କରି ଆସୁଥିବା ଅନୁଦାନ ଆତ୍ମସାତ କରିଥିବା ଯାଞ୍ଚ କରିବା ପାଇଁ ଅଭିଯୋଗ ହୋଇଥିଲା। ଜଣେ ଶିକ୍ଷକ ଙ୍କୁ ଦୀର୍ଘ ୧୬ ବର୍ଷ ଧରି ଗୋଟିଏ ସ୍କୁଲରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟୀତ୍ବ ଦେବା ନେଇ ପ୍ରଶ୍ନ ଉଠାଇଥିଲେ ଗ୍ରାମବାସୀ। ଆଜି ତଦନ୍ତ କରିବାକୁ ଯାଇଥିବା ଅଫିସର ଙ୍କୁ ଘେରିଲେ ଗ୍ରାମବାସୀ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏଠାରୁଶିକ୍ଷକଙ୍କୁ ହଟାଇବାକୁ ଅଡି ବସିଥିଲେ । ଶେଷରେ ବି ଈ ଓ କୁରେଶୁ ସେଠୀ ଫୋନ ଜରିଆରେ ଉପସ୍ଥିତ ସଭାପତି, ଗ୍ରାମବାସୀ ଙ୍କୁ ଶିକ୍ଷକଙ୍କୁ ସେଠାରୁ ଅନ୍ୟତ୍ର ବଦଳି ପାଇଁ ପ୍ରତିଶୃତି ଦେବାପରେ ଅଫିସର ଙ୍କୁ ଛାଡିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ