କେନ୍ଦ୍ରପଡା ମହାବିଦ୍ୟାଳୟରେ ଆଉ ୫ଟି ବିଷୟରେ ପି.ଜି. ଶ୍ରେଣୀ ଖୋଲିବା ପାଇଁ ଅନୁମତି ମିଳିଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ ୫ଟି ବିଷୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ସ୍ନାତ୍ତକୋତ୍ତର ସମ୍ନାନ(ପି.ଜି.) ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଓଡିଆ, ମନସ୍ତତ୍ୱ, ଶିକ୍ଷା ଓ (ଏମ.ଏସ.ସି.) ରସାୟନ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟରେ ସେଲଫ ଫାଇନାନସିଂ ମୋଡରେ ପିଜି ଶ୍ରେଣୀ ଖୋଲାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛି । ପ୍ରତ୍ୟେକ ବିଭାଗରେ ୧୬ଟି କରି ସିଟ ରହିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଏ ନେଇ ପତ୍ର ସଂଖ୍ୟା ୪୦୭୪୦ ତା ୨୬.୦୯.୨୦୨୨ରିଖରେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ଭୁବନେଶ୍ୱରଙ୍କୁ ଏକ ପତ୍ର ଲେଖି ଏହି ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ମହାବିଦ୍ୟାଳୟରେ ଅର୍ଥନୀତି, ରାଜନୀତି ବିଜ୍ଞାନ, ବାଣିଜ୍ୟ(ଇନକମ ଟ୍ୟାକ୍ସ) ଓ (ଏମ.ଏସ.ସି.) ପଦାର୍ଥ ବିଜ୍ଞାନ ପ୍ରଭୃତି ୪ଟି ବିଷୟରେ ସେଲଫ ଫାଇନାନସିଂ ମୋଡରେ ପିଜି ଶ୍ରେଣୀ ଖୋଲାଯିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କ ପ୍ରଚେଷ୍ଠା ଏବଂ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଉଦ୍ୟମ କ୍ରମେ ଏହି ମହାବିଦ୍ୟାଳୟକୁ ପୁନର୍ବାର ଆଉ ୫ଟି ବିଷୟରେ ପିଜି ଶ୍ରେଣୀ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ କେନ୍ଦ୍ରାପଡାବାସୀଙ୍କ ପକ୍ଷରୁ ପୁରାତନ ଏବଂ ଅଧୁନା ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରା ଏବଂ ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


