ବିଜେଡି ପ୍ରାର୍ଥୀଙ୍କ ପାଇଁ ଅନୁଭାଙ୍କ ମାରଥାନ ପ୍ରଚାର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନ ନିମନ୍ତେ ଭୋଟ ମତଦାନ ପାଇଁ ନଭେମ୍ବର ୨୭ ତାରିଖ ଧାର୍ଯ୍ୟ ରହିଥିବା ବେଳେ ଆଜି ପ୍ରଚାର ଶେଷ ଦିନରେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନଙ୍କ ନିମନ୍ତେ ଓଲିଉଡ ଅଭିନେତ୍ରୀ ଅନୁଭା ଓ ଗଂଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମାରଥାନ ପ୍ରଚାର କରିଛନ୍ତି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ସୁନ୍ଦରପୁର ଓ ଟାଙ୍ଗଣାପଲ୍ଲୀ ଗ୍ରାମ ପଞ୍ଚାୟତ ସମସ୍ତ ଗାଁ କୁ ଗାଁ ବୁଲି ଦଳୀୟ ନେତା ଓ କର୍ମୀ ମାନେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି । ଏହି ପ୍ରଚାରରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ବ୍ଲକ ସଭାପତି ସପନେଶ୍ୱର ନାହାକ, ବ୍ଲକ ସଭାନେତ୍ରୀ ନମିତା ମହାରଣା, ଗଂଜାମ ବ୍ଲକ ସଭାପତି ଇନ୍ଦ୍ରମଣି ଦଳାଇ, ଯୁବନେତା ସୁଧୀର ପାଢି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ଟାଙ୍ଗଣାପଲ୍ଲୀ ସରପଞ୍ଚ କୁମାରୀ ପ୍ରଧାନ, ସମିତି ସଭ୍ୟ ମାଗି ପ୍ରଧାନ, ପୂର୍ବତନ ସରପଂଚ ସୋମନାଥ ବେହେରା, ଯୁଧିଷ୍ଠିର ମହାଙ୍କୁଡ, ନରେନ୍ଦ୍ରପୁର ସରପଂଚ ବାବୁଲା ବେହେରା, ସମିତି ସଭ୍ୟ ଜ୍ୟୋତିରଂଜନ ସାହୁ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ ଓ କାଳି ପ୍ରସାଦ ଦାଶ, ପୁର୍ବତନ ରମ୍ଭା ଏନଏସି ଅଧ୍ୟକ୍ଷ ବିଜୟ କୁମାର ବିଶ୍ୱାଳ, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ବଡମାଧପୁର ସରପଂଚ ଶରତ ଖୁଣ୍ଟିଆଙ୍କ ସମେତ ବହୁ ଛାମୁଆନେତା ଓ କର୍ମୀ ମାନେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ବିଜୟୀ କରିବା ନିମନ୍ତେ ପ୍ରଚାର କରିଛନ୍ତି । ଟାଙ୍ଗଣାପଲ୍ଲୀ ପଂଚାୟତରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମଙ୍କ ନେତ୍ୃତ୍ୱ ରେ ପଂଚାୟତ ଶହଶହ ମହିଳା ଓ ପୁରୁଷ ମାନେ ଦଳୀୟ ପ୍ରାର୍ଥୀଙ୍କ ସହିତ ଶୋଭାଯାତ୍ରାରେ ପଂଚାୟତ ପରିକ୍ରମା କରି ପ୍ରଚାର କରିଥିଲେ ।