ବିଜେପି ପକ୍ଷରୁ ରାସ୍ତାରୋକ, ଗଣ ଶିକ୍ଷାମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପରିଷଦ ୧୧ ନଂ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣାରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଭୂମିକା ସନ୍ଦେହଜନକ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି କରି ବିଜେପି ପକ୍ଷରୁ ଆଜି କାକଟପୁର — ପିପିଲି ମୁଖ୍ୟରାସ୍ତା ର ନିମାପଡା ଦୋଳବେଦୀ ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା । ବିଜେପି ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡା , ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର ପ୍ରମୁଖ ଙ୍କ ନେତୃତ୍ଵ ରେ ଘଣ୍ଟିକିଆ ରାସ୍ତା ଅବରୋଧ କରାଯାଇଥିଲା। ଶେଷରେ ଦଳ ପକ୍ଷରୁ ଗଣ ଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ