ପିପୁଲସ କଲେଜ ଗଭର୍ଣ୍ଣିଙ୍ଗି ବଡି ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ଗଭର୍ଣ୍ଣିଙ୍ଗି ବଡି ବୈଠକ ମହାବିଦ୍ୟାଳୟ ପରିସରରେ ସେପ୍ଟେମ୍ବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଗଭର୍ଣ୍ଣିଙ୍ଗି ବଡି ସଭାପତି ରଜନୀକାନ୍ତ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥିଭାବେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। କଲେଜର ପ୍ରିନ୍ସପାଲ ରଜନୀକାନ୍ତ ଦାଶ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପ୍ରାପ୍ତ କର୍ମଚାରୀ ବୃନ୍ଦଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବୈଠକରେ ଆଲୋଚନା ପରେ କର୍ମଚାରୀ ବୃନ୍ଦଙ୍କ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଯାହା ଦ୍ୱାରା କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଥିଲା। ବୈଠକରେ ପରିଚାଳନା କମିଟି ସଦସ୍ୟ ସଦସ୍ୟା ବୃନ୍ଦଙ୍କ ସହ ଅଧ୍ୟାପକ ବୃନ୍ଦ ପ୍ରଭଞ୍ଜନ ମୁନି, ଆତ୍ମପ୍ରକାଶ ନାୟକ, ଡ଼ଃ ପ୍ରଦୀପ କୁମାର ଦାଶ, ରବୀନ୍ଦ୍ରନାଥ ପୋଲାଇ, ରଶ୍ମିତା କୁମାରୀ ପଟ୍ଟନାୟକ, ଅନିତା ଦେବୀ, ଅନିଲ କୁମାର ସେଠୀ, ଲୋକନାଥ ବେହେରା, ବିଜେନ୍ଦ୍ର କୁମାର ଆଚାର୍ଯ୍ୟ, ସୁରଜିତା ସାହୁ, ବି.ସନ୍ତୋଷି ରାଜୁ, ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ